ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରତାପ ଷଡଙ୍ଗୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ପଖାଳ ଦିବସର ଶୁଭେଚ୍ଛା ଜଣାଇ ପଖାଳ ଓଡ଼ିଆଙ୍କ ପାଇଁ କେବଳ ଏକ ଖାଦ୍ୟ ନୁହେଁ,ପଖାଳ ଓଡ଼ିଆ ମାନଙ୍କର ଗର୍ବ, ଐତିହ୍ୟ ଓ ଓଡ଼ିଆଙ୍କ ପାଇଁ ଅମୃତ ସଦୃଶ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଶନିବାର ଟୁଇଟ୍ କରି ସେ କହିଛନ୍ତି ଯେ ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ । ପଖାଳ ଓଡ଼ିଆଙ୍କ ପାଇଁ କେବଳ ଏକ ଖାଦ୍ୟ ନୁହେଁ,ପଖାଳ ଓଡ଼ିଆ ମାନଙ୍କର ଗର୍ବ, ଐତିହ୍ୟ ଓ ଓଡ଼ିଆଙ୍କ ପାଇଁ ଅମୃତ ସଦୃଶ ।ପଖାଳର ମହତ୍ୱକୁ ବିଶ୍ୱବ୍ୟାପୀ ଆଦୃତ କରାଇବା ପାଇଁ ପାଳିତ ହେଉଛି ‘ପଖାଳ ଦିବସ’ । ପଖାଳ ଦିବସ ଅବସରରେ ସମସ୍ତ ଓଡିଆ ଭାଇଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।