କୋଭିଡ଼ ଟୀକାକରଣ ପାଇଁ ପ୍ରସ୍ତୁତି ଅଭ୍ୟାସ

ଖୋର୍ଦ୍ଧା : କୋଭିଡ଼ ଟୀକା କରଣ ପୂର୍ବରୁ ଟୀକାର ଡ଼୍ରାଏରନ ବା ପ୍ରସ୍ତୁତି ପୂର୍ବ ଅଭ୍ୟାସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସନତ କୁମାର ମହାନ୍ତି କୋଭିଡ଼ ଟୀକାକରଣ ପ୍ରସ୍ତୁତ ଅଭ୍ୟାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ବିଶ୍ୱରଂଜନ ପତି, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼ାକ୍ତର ଦ୍ୱାରିକା ନାଥ ଶତପଥୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସହକାରୀ ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ କୋଭିଡ଼-୧୯ ଟୀକାକରଣ ପାଇଁ ପ୍ରସ୍ତୁତ କାର୍ଯ୍ୟ ଚାଲୁଅଛି । ଜିଲ୍ଲାରେ ପ୍ରଥମ ପର୍ଯ୍ୟୟରେ ୭୫୫୬ ଜଣ ବ୍ୟକ୍ତିଙ୍କୁ କୋଭିଡ଼ ଟୀକାକରଣ କରାଯିବ । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି ।