– କରୋନା ମୁକାବିଲାରେ ସହଯୋଗ କରିବ ଓଡିଶା
ଭୁବନେଶ୍ୱର, ୨୨ ଏପ୍ରିଲ – ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତମାନ କୋଭିଡ୍ ସ୍ଥିତି ଯୁଦ୍ଧ ସ୍ଥିତି ସହ ସମାନ । ଜାତୀୟସ୍ତରରେ କୋଭିଡ ମୁକାବିଲା ପାଇଁ ଓଡ଼ିଶା ସହଯୋଗ କରିବ । ଦେଶରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ କ୍ଷେତ୍ରରେ ଓଡ଼ିଶା ସହଯୋଗ କରିବ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଦେଶରେ କରୋନା ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ର, ଦିଲ୍ଲୀ, ଉତରପ୍ରଦେଶ, ଛତିଶଗଡ଼, କେରଳ ପରି ରାଜ୍ୟରେ ଅକ୍ସିଜେନ୍ ଅଭାବ ଯୋଗୁଁ ବହୁ ରୋଗୀ ମୃତ୍ୟୁବରରଣ କରୁଛନ୍ତି ।