ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ରେ କରୋନା ଟିକା ର ପ୍ରଥମ ଡୋଜ ନେଇଛନ୍ତି । ଭାରତକୁ କରୋନାକୁ ମୁକ୍ତ କରିବାରେ ସହଯୋଗ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।
ସେ କହିଛନ୍ତି ଯେ ଫଫ ଆମର ଡାକ୍ତର ଏବଂ ବୈଜ୍ଞାନିକ ମାନେ ଖୁବ୍ କମ୍ ସମୟ ମଧ୍ୟରେ କରୋନା ବିରୋଧରେ ବିଶ୍ୱସ୍ତରୀୟ ସଂଗ୍ରାମକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିଛନ୍ତି । ଆସନ୍ତୁ ଏକାଠି ହୋଇ ଭାରତକୁ କରୋନାରୁ ମୁକ୍ତ କରିବାରେ ସହଯୋଗ କରିବା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ତୃତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଅଭିଯାନ ସୋମବାର ଠାରୁ ଆରମ୍ଭ ହୋଇଛି । ଷାଠିଏ ବର୍ଷରୁ ଅଧିକ ବୟସ୍କ ଏବଂ ୪୯-୫୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଓ ଯେଉଁମାନେ ଗୁରୁତର ରୋଗରେ ପୀଡିତ ସେମାନଙ୍କ ପାଇଁ ଟୀକାକରଣ ସୋମବାର ଠାରୁ ଆରମ୍ଭ ହୋଇଛି । ମନ୍ତ୍ରଣାଳୟ ଗୋଟିଏ ଦିନ ପୂର୍ବେ ୨୦ ଟି ଗୁରୁତର ରୋଗର ତାଲିକା ପ୍ରକାଶ କରିସାରିଛି ।