ବିଶ୍ୱ ବନ୍ୟପ୍ରାଣୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ

ନୂଆଦିଲ୍ଲୀ: ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ କାର‌୍ୟ୍ୟ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିବାଦନ ଜଣାଇଛନ୍ତି । ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବିଶ୍ୱ ବନ୍ୟପ୍ରାଣୀ ଦିବସରେ ବନ୍ୟଜନ୍ତୁ ସୁରକ୍ଷା ଦିଗରେ କାର‌୍ୟ୍ୟ କରୁଥିବା ସମସ୍ତଙ୍କୁ ମୁଁ ଅଭିବାଦନ ଜଣାଉଛି । ସିଂହ, ବାଘ କିମ୍ବା ଚିତାବାଘ ହେଉ, ଭାରତରେ ବିଭିନ୍ନ ପ୍ରାଣୀମାନଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହେଉଛି । ଆମ ଜଙ୍ଗଲର ସୁରକ୍ଷା ତଥା ପଶୁମାନଙ୍କ ପାଇଁ ସେମାନଙ୍କ ନିରାପଦ ବାସସ୍ଥାନ ସୁନିଶ୍ଚିତ କରିବା ପାଇଁ ଆମେ ସବୁକିଛି କରିବା ଉଚିତ୍‌” ।