କଲ୍ୟାଣ ସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଇ ୪ ର୍ଥ ସିଆରପିଏଫ ଯବାନ ପକ୍ଷରୁ କେମ୍ପ ପରିସରରେ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ୪ ର୍ଥ ସିଆରପିଏଫ ବାଟାଲିୟନର କମାଡେଣ୍ଟ ମୋନଜ କୁମାର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାଯ୍ୟକ୍ରମକୁ ଉଦ୍ଧଘାଟ ନ କରିଥିଲେ । ଏଥିରେ ସେକେଣ୍ଡ ଇନ୍ କମାଡେଣ୍ଟ ଏସ କେ ଠାକୁର, କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକୁମା ହାଁସଦା, ଦେବଗିରି କ୍ରାନ୍ତିକାରୀ ଆଶ୍ରମର ବାବା , ଜଗନ୍ନାଥ ମନ୍ଦିର ସଭାପତି ନରସିଂହ ପାଢ଼ୀ, ଇ ୪ ର୍ଥ ସି ଆର ପି ଏ ଫ ଏସିଷ୍ଟାଣ୍ଡ କମାଣ୍ଡଡେନ୍ତ କେ କ୍ରିଷ୍ଣା ରାଓ ପ୍ରମୁଖ ମଞ୍ଚାସିନ ରହିଥିଲେ । ଏହି ବ୍ଲକ ଆଦିବାସୀ ଅଧ୍ୟୁଷିତ ମାଓ ଅଞ୍ଚଳରେ ଦଶମ ଶ୍ରେଣୀ ଠାରୁ ଯୁକ୍ତଦୁଇ ଶ୍ରେଣୀ ଛାତ୍ର ଛାତ୍ରିଙ୍କ ବିକାଶ ପାଇଁ କମ୍ପ୍ୟୁଟର ଶିକ୍ଷା କରାଯାଇଛି । ଏଥିରେ ୨୫ ଜଣ ଛାତ୍ରଛାତ୍ରୀ ଙ୍କୁ କମ୍ପ୍ୟୁଟର ପ୍ରଶିକ୍ଷଣ କରାଯାଇଛି । ଏଥିରେ ତ୍ରିଲୋଚନ କାଶୀ, ଉଦରୁ ମୁରଲୀ ଦୁଇଜଣ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଏହା ପ୍ରାୟ ଏକ ମାସ ଧରି କରାଯିବ ସମସ୍ତ ଛତାଛାତ୍ରିଙ୍କୁ କ୍ୟାମ୍ପ୍ ପକ୍ଷରୁ ମାଗଣା ଖାଇବା ଯୋଗାଇଦିଆଯିବ ବୋଲି କହିଛନ୍ତି । ଶେଷରେ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଏହି ପ୍ରମାଣ ପତ୍ର ଦାଖଲ କରି କାମ କରିପାରିବେ । ଏଥିରେ ସମସ୍ତ ଯବାନ ଓ ପିଆରଓ ଏସ କେ ମହାନ୍ତି ଉପସ୍ଥିତ ରହି କାଯ୍ୟକ୍ରମରେ ସହଯୋଗ କରିଛନ୍ତି ।