ବରିଷ୍ଟ ନାଗରିକଙ୍କୁ ସାହାଯ୍ୟ କଲା ପୁରୀ ପୋଲିସ

-୧୦ ବରିଷ୍ଟ ନାଗରିକ ଙ୍କୁ ପୋଲିସ ସାହାଯ୍ୟ

ପୁରୀ : ଆଜି ଦଶ ଜଣ ବରିଷ୍ଟ ନାଗରିକଙ୍କୁ ପୁରୀ ପୋଲିସ ଘରେ ପହଁଚି ସାହାଯ୍ୟ ଓ ସହଯୋଗ କରିଛି । ଯେଉଁ ମାନଙ୍କ ଘରେ ସାଁବାଳକ ବ୍ୟକ୍ତି ନ ଥିବେ ସେହି ବରିଷ୍ଟ ନାଗରିକ ମାନଙ୍କୁ ପୋଲିସ ସାହାଯ୍ୟ କରିବ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ହେଲ୍ପ ଲାଇନ ନମ୍ବର -୬୩୭୦୯୭୨୧୦୦ ଜାରି ହୋଇଛି । ବରିଷ୍ଟ ନାଗରିକ ଫୋନ କରିବାବେଳେ ନୋଡାଲ ଅଧିକାରୀ ମିସ ଏମ. ଶତପଥି ସେମାନଙ୍କ ଅଭିଯୋଗ ଶୁଣିବା ପରେ ପୋଲିସ ପଠାଇ ସାହାଯ୍ୟ ସହଯୋଗ କରିଛନ୍ତି । ଏସ. ପି କେ. ଵିଶାଲ ସିଂଙ୍କ ନିର୍ଦେଶ କ୍ରମେ ବରିଷ୍ଟ ନାଗରିକଙ୍କୁ ପୋଲିସ ସହଯୋଗ କରୁଛି । ପୁରୀ ପୋଲିସର ଏଭଳି କାର୍ୟ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।