କେନ୍ଦୁଝର : କେନ୍ଦୁଝରରେ ଏକ ପୋଖରୀ ରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନୀଶମ କର୍ମଚାରୀମାନେ । ମୃତକ ଜଣକ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ଶଙ୍କିରୀ ଗ୍ରାମର ଚନ୍ଦନ ପରମାଣିକ । ଚନ୍ଦନ ଗତକାଲି ଶନିବାର ସଂଧ୍ୟା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ବହୁ ସମୟ ପର୍ଯ୍ୟନ୍ତ ଚନ୍ଦନ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଅନେକ ଖୋଜା ଖୋଜି କରିବା ପରେ ଗ୍ରାମ ନିକଟସ୍ଥ ପୋଖରୀ ନିକଟରେ ତାଙ୍କ ଗାମୁଛା, ସାବୁନ ପଡିଥିବାର ଦେଖିବାକୁ ପାଇଥିଲେ ।
ଏହାପରେ ସେହି ରାତିରେ ଅଗ୍ନୀଶମ ବାହିନୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚି ପୋଖରୀରୁ ଚନ୍ଦନଙ୍କର ମୃତଦେହ ଉଦ୍ଧାର କରିଥିଲେ । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମୃତ୍ୟୁ ର କାରଣ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଛି ପୋଲିସ । ଅନ୍ୟପକ୍ଷରେ ଶକ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସମ୍ପର୍କରେ ସୂଚନା ମିଳି ପାରିବ ବୋଲି ଆଶା ରଖିଛି ପୋଲିସ ।