ଡ଼କାୟତ-ପୋଲିସ ମୁହାଁମୁହିଁ : ଗ୍ରାମବାସୀଙ୍କ ସହାୟତାରେ ତିନି ଡ଼କାୟତଙ୍କୁ ଧରିଲା ପୋଲିସ

ବଲାଙ୍ଗିର: ଡ଼କାୟତଙ୍କ ସହିତ ପୋଲିସର ମୁହାଁମୁହିଁ ହୋଇଛି । ତେବେ ଗ୍ରାମବାସୀଙ୍କ ସହାୟତାରେ ୩ ଡ଼କାୟତଙ୍କୁ କାବୁ କରିଛି ପୋଲିସ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କୁଟାସିଂହା ଗାଁ ଜଙ୍ଗଲରୁ ଧରାପଡିଛନ୍ତି ଏହି ୩ ଡ଼କାୟତ । ଗିରଫ ୩ ଡ଼କାୟତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଜଣେ ଯୁବକଙ୍କ ଠାରୁ ଲୁଟ୍ କରି ଚମ୍ପଟ୍ ମାରୁଥିଲେ ୫ ଜଣ ଡ଼କାୟତ । ପୋଲିସ ସେମାନଙ୍କ ପିଛା କରିବା ବେଳେ ସେମାନେ ପୋଲିସ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ପହଂଚି ପୋଲିସ ସହ ଘେରାବନ୍ଦୀ କରିଥିଲେ । ଘେରାବନ୍ଦୀ ପରେ ତିନି ଜଣ ଡ଼କାୟତ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି ।