୧୭,୦୦୦ ଆନ୍ତର୍ଜାତିକ ରନ୍‌ ପୂରଣ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଟିମ ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତିକ କ୍ରିକେଟ୍‌ ଖେଳରେ ୧୭,୦୦୦ ରନ୍‌ ପୂରଣ କରି ନୂତନ କୃôବିତ୍ୱର ଅଧିକାରୀ ହୋଇଛନ୍ତି । ଆଜି ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ·ଲିଥିବା ୪ର୍ଥ ବଡର୍ର୍‌ଗାଭାସ୍କର୍‌ ଟେଷ୍ଟ୍‌ ମ୍ୟାଚ୍‌ର ୩ୟ ଦିନରେ ରୋହିତଙ୍କୁ ଏହି ସଫଳତା ମିଳିଛି । ସେ ୩୫ ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି । ୧୭,୦୦୦ ଆନ୍ତର୍ଜାତିକ ରନ୍‌ ସଂଗ୍ରହ କରିବାରେ ସେ ହେଉଛନ୍ତି ୭ମ ଭାରତୀୟ କ୍ରିକେଟ୍‌ ଖେଳାଳି । ଏହି ରନରୁ ଅଧିକାଂଶ ରନ୍‌ ସେ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍‌ ମ୍ୟାଚରୁ ହାସଲ କରିଛନ୍ତି । ୨୪୧ଟି ମ୍ୟାଚ୍‌ ଖେଳି ସେ ୯୭୮୨ ରନ୍‌ ସଂଗ୍ରହ କରିଥିଲେ ।

ସେହିପରି ୧୪୮ଟି ଟି-୨୦ ମ୍ୟାଚରୁ ସେ ୩୮୫୩ ରନ୍‌ ସଂଗ୍ରହ କରିଥିବା ବେଳେ ଅହମଦାବାଦ ଟେଷ୍ଟ୍‌ ମ୍ୟାଚ୍‌ ପୂର୍ବରୁ ଖେଳିଥିବା ୪୮ଟି ଟେଷ୍ଟ୍‌ ମ୍ୟାଚରେ ୩୩୪୪ ରନ୍‌ ସଂଗ୍ରହ କରିଥିଲେ । ଆନ୍ତର୍ଜାତିକ ଦିନିକିଆରେ ସେ ୩୦ଟି ଟେଷ୍ଟ୍‌ ମ୍ୟାଚରେ ୯ଟି ଓ ଟି୨୦ରେ ୪ଟି ଶତକ ହାସଲ କରିଛନ୍ତି । ସୂଚନାଯୋଗ୍ୟ, ଆନ୍ତର୍ଜାତିକ କ୍ରିକେଟରେ ୬୬୪ଟି ମ୍ୟାଚରେ ସଚିନ ତେନ୍ଦୁଲକର୍‌ ୩୪,୩୫୭, ୪୯୪ଟି ମ୍ୟାଚରେ ବିରାଟ କୋହଲି ୨୫,୦୪୭, ୫୦୪ଟି ମ୍ୟାଚରେ ରାହୁଲ୍‌ ଦ୍ରାବିଡ଼ ୨୪,୦୬୪, ୪୨୧ଟି ମ୍ୟାଚରେ ସୌରଭ ଗାଙ୍ଗୁଲୀ ୧୮୪୩୩, ୫୩୫ ମ୍ୟାଚରେ ଏମ୍‌ଏସ୍‌ ଧୋନି ୧୭,୦୯୨, ୪୭୮ଟି ମ୍ୟାଚରେ ବୀରେନ୍ଦ୍ର ସେହ୍ୱାଗ୍‌ ୧୭,୨୫୩ ଏବଂ ୪୩୮ଟି ମ୍ୟାଚରେ ରୋହିତ ଶର୍ମା ୧୭,୦୦୦ ରନ୍‌ ସଂଗ୍ରହ କରିଛନ୍ତି ।

internationalnews #nationalnews #sportsnews #crickertnews #rohit sharam