ମାହାଙ୍ଗା: ମାହାଙ୍ଗାରେ ଡବଲ ମର୍ଡର ହତ୍ୟାକାଣ୍ଡକୁ ନେଇ ବଢ଼ୁଛି ଅଭିଯୁକ୍ତଙ୍କ ସଂଖ୍ୟା । ଗତ କାଲି ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଉ ଜଣେ ଅଭିଯୁକ୍ତଙ୍କୁ ଧରିଛି ଗ୍ରାମଞ୍ଚଳ ପୋଲିସ । ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ମୁଖ୍ୟଅଭିଯୁକ୍ତ ପଞ୍ଚାନନ ସେଠୀ ସହ ୪ ଜଣକୁ ଗିରଫ କରିଛି ପୋଲିସ । ଅନ୍ୟମାନେ ହେଲେ ଜଂକୋଟି ଗ୍ରାମର ଅରବିନ୍ଦ ଖଟୁଆ , ନୃତାଙ୍ଗ ଗ୍ରାମର କ୍ଷୀତିଶ ଆଚାର୍ଯ୍ୟ ଓ ଲଳିତ ମୋହନ ବରାଳ । ଏମାନେ କାହିଁକି ଏବଂ କେଉଁ କାରଣ ପାଇଁ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କଲେ ସେ ନେଇ ପୋଲିସ କୌଣସି ସୂଚନା ଦେଇନି । କିନ୍ତୁ ବିଶେଷ ସୂତ୍ରରୁ ପ୍ରକାଶ ପାଏ କି ଗତ ତା ୨୭/୧୨/୨୦୨୦ ତାରିଖ ରାତ୍ର ସମୟରେ କୁଳମଣି ବରାଳଙ୍କ ଦୁଇ ପୁଅ ଏବଂ ତାଙ୍କ ସହୋଜୋଗି ମାନେ ପଞ୍ଚାନନ ସେଠୀଙ୍କ ଘରେ ପଶି ତାଙ୍କ ମାଆଙ୍କୁ ମାଡ଼ ମାରୀ ପଞ୍ଚାନନଙ୍କୁ ନ ପାଇଁ ତାଙ୍କ ସାନ ଭାଇଁଙ୍କୁ ଘରୁ ଉଠାଇ ନେଇ କିଛି ବାଟ ଦୂରରେ ଲଙ୍ଗଳା କରି ମାଡ଼ ମାରିବା ଘଟଣା ଘଟାଇ ଥିଲେ । ଯାହାର ଭିଡିଓ କ୍ଲିପ୍ ବର୍ତ୍ତମାନ ଚର୍ଚ୍ଚାର ବିଷୟ ଯେଉଁଥିରେ କି ପଞ୍ଚାନନର ମା କାନ୍ଦି କାନ୍ଦି କହୁଛନ୍ତି । ଘଟଣା ଘଟି ଥିବା ଯାହାକୁ ନେଇ ଉଭୟେ ମାହାଙ୍ଗା ଥାନାରେ ଅଭିଯୋଗେ ମଧ୍ୟ କରିଥିଲେ କିନ୍ତୁ ମାହାଙ୍ଗା ପୋଲିସ ଏହା ଉପରେ କୌଣସି ଗୁରୁତ୍ବ ନ ଦେବା ଫଳ ସ୍ୱରୂପ ଆଜି ଏଭଳି ଘଟଣା ଘଟିଛି । ଏଠାରେ ସୂଚନା ଯୋଗ୍ୟ କି ପୋଲିସର ନିଷ୍କ୍ରିୟତା ଯୋଗୁଁ ହିଁ ଦୁଇ ମୂଲ୍ୟବାନ ମୁଣ୍ଡ ଗଡିଲା । ଯାହାକୁ ନେଇ ରାଗର ବସବର୍ତ୍ତି ହୋଇ ପଞ୍ଚାନନ ଏହି ଘଟଣା ଘଟେଇ ଥିବା ର ସୂଚନା ଆଜି ମାହାଙ୍ଗା ପୋଲିସକୁ ଜଣାଇଛି। କିନ୍ତୁ ବିଜେପି ଦଳ ଏହାକୁ ଏକ ରାଜନୈତିକ ହିଂସା ର ରୂପ ଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କୁ ଯୋଜନା ବଧ ଭାବେ ବଦନାମ୍ କରିବାରେ ପଛାଉ ନାହାନ୍ତି। ଏହା ଏକ ନିନ୍ଦନୀୟ ବିଷୟ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚର ବିଷୟ ହୋଇଛି । ପୂର୍ବତନ ଅଧ୍ୟକ୍ଷ ପାଗଳ ବରାଳ (କୁଳମଣି )ଓ ତାଙ୍କର ୨ ପୁଅ ମୋତେ ଆମ ଘରେ ପଶି ଲଙ୍ଗଳାକରି ମାରିଲେ ବୋଲି ମୁଁ ତାଙ୍କୁ ମାରିଦେଲି ବୋଲି ଆଜି ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇଛି ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କ କୋର୍ଟ ଚାଲାଣ ବେଳେ ମୁହଁ ଖୋଲିଲା ପଞ୍ଚାନନ ।