-ଆଜି ପୋଲିସ୍ ଚେକିଂ ଜୋରଦାର
ମୁନିଗୁଡା : ରାଜ୍ୟରେ ମହାମାରୀ କରୋନାର ସଙ୍କ୍ରମଣ ହାର ଦୈନିକ ହ୍ରାସ ପାଉଥିବାରୁ ସରକାର ଲକଡାଉନ କଟକଣାକୁ ଆଙ୍ଶିକ ଭାଵେ ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି । ହେଲେ ସକାଳ ୬ ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ବଢାଇ ଦୋକାନ ଖୋଲିବାକୁ ଅନୁମତି ହୋଇଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ମୁନିଗୁଡା ଵଜାର ସମେତ ଆଖପାଖ ଅଞ୍ଚଳରେ ମଧ୍ୟ କୋଭିଡି-୧୯ କଟକଣା ଭିତରେ ଦୋକାନ ବଜାର ଖୋଲା ରହିଵା ସହ ପୂର୍ବପରି ମାସ୍କ ପରିଧାନ ଓ ସାମାଜିକ ଦୂରତା ଵଜାଇ ରଖି ଵ୍ୟବସାୟୀ ଏବଂ ଗ୍ରାହକମାନେ ନିୟମକୁ କଡାକଡି ମାନିଚଳିଵା ପାଇଁ ଏସ୍ ଡିପିଓ ଶ୍ରୀ ସାହୁ ଏବଂ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ ମୋବାଇଲ ଗାଡିରେ ଵୁଲି ଲୋକଙ୍କୁ ସଚେତନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ।
ସେନେଇ ଆଜି ଆଇ ଆଇ ସି ଶ୍ରୀମତୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଥାନା ଗେଟ ଆଗ ରାସ୍ତାରେ ପୋଲିସ ଟିମ୍ ସହ ବିନା ହେଲମେଟରେ ଗାଡିଚାଳକ ଠାରୁ ଜୋରିମାନା ଆଦାୟ କରିବା ସହ ବିନା ମାସ୍କ ପରିଧାନରେ ବାହାରେ ଯାତାୟତ କରୁଥିବା ଲୋକଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରୁଥିଵା ଦେଖିବାକୁ ମିଳିଛି । ପୋଲିସର ଏହି ମେଘା ଚେକିଂରେ ଥାନାର ଆଇଆଇସିଙ୍କ ସମେତ ଏସ୍ ଆଇ, ଏ ଏସ୍ ଆଇ, ହାବିଲଦାର, କନେଷ୍ଟବଳ ଓ ଏସ୍ପିଓ ତଥା ହୋମଗାର୍ଡ ମାନେ ମଧ୍ୟ ସାମିଲ ଥିଵା ଦେଖିବାକୁ ମିଳିଛି ।