ସାବାସ ଟିଟିଲାଗଡ଼ ପୋଲିସ : ମାନବିକତାର ପରିଚୟ ଦେଲେ ଥାନାଧିକାରୀ ଏବଂ ତାଙ୍କ ଟିମ

ଟିଟିଲାଗଡ଼ : ଆଜି ସକାଳେ ଟିଟିଲାଗଡ଼ରୁ ବଲାଙ୍ଗିର ଯିବା ମୂଖ୍ୟ ରାସ୍ତା କଡ଼ରେ ଥିବା ରୟାଲ ଏନଫିଲ୍ଡ ସୋରୁମ ସମ୍ମୁଖରେ ଗୋଟିଏ ହାଇଡ୍ରା ଗାଡ଼ି ଏକ ନମ୍ବର ୱାର୍ଡର ବାସିନ୍ଦା ଦେବିକା ହରପାଲଙ୍କ ଉପରକୁ ମାଡ଼ି ଯାଇଥିଲା । ଘଟଣା ସ୍ଥଳରେ ତାଙ୍କ ପେଟ ଭିତର ମାଂସ ବାହାରକୁ ବାହାରି ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଟିଟିଲାଗଡ଼ ଥାନାଧିକାରୀ ଶ୍ରୀ ରଞ୍ଜନ କୁମାର ବରିହା ଏବଂ ପୋଲିସ ଟିମ ପହଞ୍ଚିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଥାନାଧିକାରୀ, ଡ଼୍ରାଇଭର ଏବଂ ଅନ୍ୟ ଷ୍ଟାଫ ମିଶି ଗୋଟିଏ କପଡାରେ ଗୁଡ଼ାଇ ନିଜ ପେଟ୍ରୋଲିଙ୍ଗ ଗାଡିରେ ଡାକ୍ତରଖାନାକୁ ନେଲେ । ସେଠାରେ ଡାକ୍ତର ସେହି ବୃଦ୍ଧ ମହିଳାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

କିନ୍ତୁ ପୋଲିସର ଆଜି ଏହି ସେବା ତଥା ତାଙ୍କର ମାନବିକତା ଜଣେ ବୃଦ୍ଧାଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା ତଥା ମାନବ ସମାଜକୁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ତାପରେ ଶବ ବ୍ୟବଛେଦ ପାଇଁ ପଠାଇ ପୁଣି ଘଟଣା ଘଟିଥିବା ସ୍ଥାନରେ ପହଞ୍ଚିଲେ । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ସେହି ହାଇଡ୍ରା ଗାଡ଼ିକୁ ଅଟକାଇବା ସହ ରାସ୍ତାଜାମ କରିଥିଲେ । ଥାନାଧିକାରୀ ଲୋକଙ୍କୁ ବୁଝାଇ ଶୁଝାଇ ରାସ୍ତା କଡକୁ ଆଣିଥିଲେ । ରାଜ୍ୟ ସରକାରଙ୍କ ଆମ ପୋଲିସ ପକ୍ଷରୁ ଏହିପରି କାର୍ଯ୍ୟ କରିଥିବା ପୋଲିସ ଟିମକୁ ସମ୍ମାନିତ କରାଯିବା କଥା ବୋଲି ସହରରେ ଚର୍ଚ୍ଚା ହେଉଛି ।