ଗେମ୍ ଖେଳିବାକୁ ବାପା ମୋବାଇଲ୍ ନଦେବାରୁ ପୁଅର ଆତ୍ମହତ୍ୟା

ବାଲେଶ୍ୱର : ଗେମ୍ ଖେଳିବାକୁ ବାପା ମୋବାଇଲ୍ ନଦେବାରୁ ଆତ୍ମହତ୍ୟା କରିଛି ପୁଅ । ବାଲେଶ୍ୱର ଜିଲ୍ଲା ବାହାନଗା ଥାନା କୁରୁଡ଼ା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୧୫ ବର୍ଷିୟ ଏହି ନାବାଳକ ଗେମ୍ ଖେଳିବାକୁ ଆଜି ସକାଳେ ବାପାଙ୍କୁ ମୋବାଇଲ୍ ମାଗିଥିଲା । ମୋବାଇଲ୍ ନଦେବାରୁ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ପୁଅ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତି କରିଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସାମାନ୍ୟ ମୋବାଇଲ୍ ପାଇଁ ପୁଅର ଏଭଳି ଚରମ ପଦକ୍ଷେପ ସମସ୍ତଙ୍କୁ ବିସ୍ମିତ କରିଛି ।