ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିବୃତି

ଭୁୁବନେଶ୍ୱର:  ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିିଥିଲେ ଯେ  ଋାଜ୍ୟରେ ଖରିଫ ଧାନ କ୍ରୟରେ  ଚଳିତ ମାସ ୧୯ ତାରିଖ ସୁଦ୍ଧା ମୋଟ ୫୫.୦୩ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ କରା ଯାଇଛି । ବର୍ତମାନ ସୁଦ୍ଧା  ଧାନ କ୍ରୟରେ ୨୧ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୯-୨୦  ଖରିଫରେ ବର୍ତମାନ ସୁଦ୍ଧା ସର୍ବମୋଟ ୫୩.୩୧ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ କରା ଯାଇଥିଲା । ଚଳିତ ଖରିଫ ଧାନ ସଂଗ୍ରହରେ ଚାଷୀ ମାନଙ୍କର ଅଂଶଗ୍ରହଣ ଉତ୍ସାହଜନକ ରହିଛି । ଚଳିତ ୧୯ ତାରିଖ ସୁଦ୍ଧା ୯.୯୩ ଲକ୍ଷ ଚାଷୀ ସରକାରଙ୍କୁ ଖରିଫ ଧାନ ବିକ୍ରୟ କରିଛନ୍ତି । ବିଗତ ବର୍ଷରେ ଏହି ସମୟ ସୁଦ୍ଧା ୮ ଲକ୍ଷ ୨୩ ହଜାର ଚାଷୀ ସରକାରଙ୍କୁ ଖରିଫ ଧାନ ବିକ୍ରୀ କରିଥିଲେ ।  ୩୧. ୦୩.୨୦୨୦ ଅର୍ଥାତ ସଂଗ୍ରହ କାର୍ଯ୍ୟ ପରିସମାପ୍ତି ବେଳକୁ ଧାନ ବିକ୍ରୀ କରିଥିବା ଚାଷୀଙ୍କ ସଂଖ୍ୟା ଥିଲା ୯.୫୬ ଲକ୍ଷ ।
ସେ କହିଛନ୍ତି ଯେ ଖରିଫ ଋତୁ ପାଇଁ ଜଳସେଚିତ ଜମିରୁ ଏକର ପ୍ରତି ୧୯ କ୍ୱିଂଟାଲ ଓ ଅଣ ଜଳସେଚିତ ଜମିରୁ ଏକର ପ୍ରତି ୧୩ କ୍ୱିଂଟାଲ ଖରିଫ ଧାନ ସଂଗ୍ରହ କରା ଯାଉଛି । ସଂଗୃହୀତ ଧାନର ମୂଲ୍ୟ ୧୦ ହଜାର ୨୮୧ କୋଟି  ଯାହା ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅନ ଲାଇନ ପ୍ରକ୍ରିୟାରେ ପ୍ରେରଣ କରା ଯାଇଛି ।
ସଅଳ ଧାନ ଅମଳ ହୋଇଥିବା ପଶ୍ଚିମାଂଚଳ ଓ ଦକ୍ଷିଣାଂଚଳର ଜିଲ୍ଲା ମାନଙ୍କରେ ଧାନ କ୍ରୟ କାର୍ଯ୍ୟ  ପ୍ରାୟ ସରି ଆସିଲାଣି । ଉପକୂଳ ଓ ଉତର ଓଡିଶାର ଜିଲ୍ଲା ଗୁଡିକରେ ଧାନ କ୍ରୟ ଧାରା ଶିଖର ଭାଗ ଛୁଇଁଛି । ଏହାର ସଂଗ୍ରହ କାର୍ଯ୍ୟ ମାର୍ଚ ୩୧ରେ ପରିସମାପ୍ତ ହେବ । କେନ୍ଦ୍ର ସରକାରଙ୍କ ନିର୍ଧାରଣ ଅନୁସାରେ ସାଧାରଣ ଧାନ ପାଇଁ କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ହାରରେ ଚାଷୀଙ୍କୁ ପ୍ରଦାନ କରା ଯାଉଛି । ବିବୃତି ଦେବା ପରେ ହଟ୍ଟଗୋଳ ଜାରୀ ରହିଥିଲା । ଏହା ପରେ ବାଚସ୍ପତି ୧୧.୩୫ରେ ଗୃହକୁ  ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।