ଭୁବନେଶ୍ୱର : ରାଜଧାନୀରେ ବର୍ଷା ପାଣିରେ ଭାସି ନିଖୋଜ ହୋଇଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ର । ଭୁବନେଶ୍ୱର ଶତାବ୍ଦୀନଗର ବ୍ୟାଙ୍କ କଲୋନୀକୁ ଟିଉସନ୍ ପାଇଁ ଯାଇଥିବା ବେଳେ ଜଣେ ୧୫ ବର୍ଷୀୟ ଛାତ୍ର ଖୋଲା ଡ୍ରେନ୍ ରେ ଭାସିଯାଇଛନ୍ତି । ନିଖୋଜ ଛାତ୍ର ଜଣ ବରମୁଣ୍ଡା ପାଲାମଣ୍ଡପର ଜ୍ୟୋତି ପ୍ରକାଶ ବେହେରା ବୋଲି ଜଣା ପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଛାତ୍ରଙ୍କୁ ଖୋଜାଖୋଜି ଆରମ୍ଭ କରିଛି । ସ୍ଥାନୀୟ ଲୋକମାନେ ମଧ୍ୟ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି ।