ସାଲେପୁର: ଆଜି ମଧ୍ୟାହ୍ନରେ ଏକ ଆଖୁ ବୋଝଇ ଟ୍ରକ ମହାନଦୀ ଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ଦାମୋଦରପୁର- ସମିତଙ୍ଗା ରାସ୍ତାରେ ଓଲିଟି ପିଡ଼ିବାରୁ ଡ୍ରାଇଭର ଆହାତ ହୋଇଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ ପୁରୁଣାହାଟ ପଞ୍ଚାୟତ ସମିତଙ୍ଗା ଗ୍ରାମର ବଟେଇହୁଡା ନିକଟରେ ଆଖୁକିଆରିରୁ ଆଖୁବୋଝଇ କରି ରାସ୍ତାଉପରକୁ ଉଠୁଥିବା ବେଳେ ଏକ ଗଛଡାଳରେ ଲାଗିଯିବାରୁ ଭାରଶ୍ୟାମ ହରାଇ ଓଲିଟିପିଡ଼ିଥିଲା । ସ୍ଥାନୀୟଲୋକେ ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତର ଖାନାକୁ ପଠାଇଥିବା ଜଣାପଡିଛି । (୪୦୭) ଟ୍ରକର ନମ୍ବର ଓ.ଆର ୦୫ ଏ.ୟୁ-୩୫୨୬ ବୋଲି ଜଣାପଡିଛି ।