କେନ୍ଦ୍ର ଓ କୃଷକଙ୍କ ଆଲୋଚନା ଅଷ୍ଟମଥର ବି ବିଫଳ, ଆସନ୍ତା ୮ରେ ପୁଣି ହେବ ଆଲୋଚନା

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ତେବେ ସୋମବାର ଚାଷୀ ଏବଂ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପୁଣିଥରେ ବିଫଳ ହୋଇଛି । ଉଭୟ ପକ୍ଷ ମଧ୍ୟରେ ୮ମ ଥର ପାଇଁ ହୋଇଥିବା ଆଲୋଚନା ବିଫଳ ହୋଇଛି । ଜାନୁୟାରୀ ୮ ତାରିଖରେ ପୁଣି ଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଦିଲ୍ଲୀର ବିଜ୍ଞାନ ଭବନରେ ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଚାଷୀ ଉଠାଇଥିବା କିଛି ଦାବିକୁ ସରକାର ଗ୍ରହଣ କରିନେଇଥିଲେ । ବିଜୁଳି ବିଲ ଏବଂ ଷ୍ଟାବଲ ଜଳାଇବା ଦାବିକୁ ସରକାର ମାନି ନେଇଥିବା ସୂଚନା ମିଳିଛି । ତେବେ ଅନ୍ୟ ଦାବି ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି । ଏହାର କୌଣସି ନିଷ୍କର୍ସ ବାହାରିପାରିନାହିଁ ।

ଆଜିର ବୈଠକରେ ଦୁଇ ପ୍ରମୁଖ ଦାବି ଉପସ୍ଥାପନା କରିଥିଲା ଚାଷୀ ସଂଗଠନ । ଏମଏସପି ବଳବତ୍ତର ଏବଂ ନୂତନ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବି ରଖିଥିଲେ ଆନ୍ଦୋଳନରତ ଚାଷୀ ସଂଗଠନ । କିନ୍ତୁ ଏମଏସପି ଉପରେ ଆଲୋଚନା ହୋଇଥିବାବେଳେ, କୃଷି ଆଇନ ପ୍ରତ୍ୟାହାର ନେଇ ସରକାର ସ୍ପଷ୍ଟ ମନା କରିଦେଇଛନ୍ତି । ତେଣୁ ଆଜିର ଆଲୋଚନାରେ କୈଣସି ନିଷ୍ପତ୍ତି ଏବଂ ନିଷ୍କର୍ସ ବାହାରିପାରିନାହିଁ । ଫଳରେ ଆଜିର ଆଲୋଚନା ଏକପ୍ରକାର ବିଫଳ ହୋଇଥିବା ଜଣାପଡିଛି ।