ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ କଥା ହୋଇଛନ୍ତି ।
କୋଭିଡ-୧୯ର ଦ୍ୱିତୀୟ ଲହରୀ ବିରୋଧରେ ଭାରତର ଲଢେଇ ପାଇଁ ଅଷ୍ଟ୍ରେଲିଆ ସରକାର ଏବଂ ଅଷ୍ଟ୍ରେଲିଆବାସୀଙ୍କ ଦ୍ୱାରା ଦିଆଯାଇଥିବା ତ୍ୱରିତ ତଥା ଉଦାର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜର କୃତଜ୍ଞତା ଜଣାଇଥିଲେ ।
ବିଶ୍ୱ ସ୍ତରରେ କୋଭିଡକୁ ରୋକିବା ପାଇଁ ଟିକା ଏବଂ ଔଷଧ ସମସ୍ତଙ୍କୁ ସୁବିଧାରେ ମିଳିବାକୁ ସୁନିଶ୍ଚିତ କରିବା ଉପରେ ଦୁଇ ନେତା ସହମତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଟ୍ରିପ୍ସ ଅଧୀନରେ ଅସ୍ଥାୟୀ ଛାଡ ପାଇଁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ୱାରା ଡବ୍ଲୁଟିଓରେ ନିଆଯାଇଥିବା ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ସମର୍ଥନ ଲୋଡିଥିଲେ ।
ଜୁନ ୦୪, ୨୦୨୦ରେ ଅନୁଷ୍ଠିତ ହୋଇଥିବା ଭର୍ଚୁଆଲ ସମ୍ମିଳନୀ ପରଠାରୁ ଭାରତ-ଅଷ୍ଟ୍ରେଲିଆ ବିସ୍ତୃତ ରଣନୈତିକ ଭାଗିଦାରୀର ଅଗ୍ରଗତି ଉପରେ ନେତାମାନେ ଧ୍ୟାନ ଦେଇଥିଲେ ଏବଂ ସହଯୋଗକୁ ଆହୁରି ମଜବୁତ କରିବା ଓ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଆଲୋଚନା କରିଥିଲେ ।
ଉଭୟ ନେତା ଆଂଚଳିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ଏକ ନିୟମ ଭିତ୍ତିକ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାର ଗୁରୁତ୍ୱକୁ ଉଭୟେ ଦୋହରାଇଥିଲେ ।