ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ: ୩ଟି ଗୋଦାମରେ ନିଆଁ ଲାଗି ଜଳିଗଲା ୩୦ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି

ଚାନ୍ଦବାଲି: ଚାନ୍ଦବାଲି ଶାସ୍ତ୍ରୀ ନଗରରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଧାନ ଗୋଦାମ ଘର ପୋଡି ପାଉଁଶ ହୋଇଯାଇଛି । ଗତକାଲି ରାତିରେ ଘଟିଛି ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୨୦୦୦ ବସ୍ତାରୁ ଅଧିକ ଧାନ । ଧାନ ଗୋଦାମରେ ନିଆଁ ଲାଗିବା ପରେ ଏହା ପାଖରେ ଥିବା ପାଇପ୍ ଗୋଦାମକୁ ବ୍ୟାପି ଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଚାନ୍ଦବାଲି ଶାସ୍ତ୍ରୀଘାଟ ନିକଟରେ ଥିବା ଦୁଇଟି ଧାନ ଗୋଦାମ ଓ ଗୋଟିଏ ପାଇପ ଗୋଦାମରେ ନିଆଁ ଲାଗି ସେଥିରେ ଗଚ୍ଛିତ ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଚାନ୍ଦବାଲି ଦମକଳ ବାହିନୀ ଓ ରାଜକନିକା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଗୋଦାମରେ ଥିବା କୌଣସି ସାମଗ୍ରୀ ଉଦ୍ଧାର କରି ପାରିନାହାନ୍ତି। ଏଣେ ଧାନ ଗୋଦାମରେ ନିଆଁଲାଗି ଦୁଇ ହଜାରରୁ ଅଧିକ ଧାନ ବସ୍ତା ପୋଡ଼ି ପାଉଁଶ ହୋଇଯାଇଛି।