କୋରେଇ : ଦିନକୁ ଦିନ ଚାଷୀ ମାନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଚଳିତ ବର୍ଷ ଖରପି ଚାଷ ଆରମ୍ଭରୁ ଅନାବୃଷ୍ଟି ଯୋଗୁ ଧାନ ଚାଷ ପ୍ରଭାବିତ ହୋଇଥିଲା । ଯାହା ଦ୍ବାରା ମାତ୍ର ୨୦ ଭାଗ ଜମିରେ ବୋହୂ କଷ୍ଟରେ ଚାଷ ଜମିରେ ପାଣି ମାଡ଼ି ଚାଷ କରିଥିଲା ଚାଷୀ । ଚାଷୀଟି ଭାବିଥିଲା କିଛି ନହୋଉ ପଛେ ନିଜର ଖାଇବା ପାଇଁ ଚାଷ କରିଥିଲା । ହେଲେ ଅମଳ ସମୟ ମଧ୍ୟରେ ହୋଇଥିଲା ବାତ୍ୟା ଓ ବର୍ଷା । ଏହା ହେବା ଫଳରେ ଚାଷୀ ମୁଣ୍ଡରେ ପଡି ଥିଲା ଚଡକ । ଜଳ ନିଷ୍କାସନ ହୋଇ ପାରି ନ ଥିଲା ଫଳରେ ଧାନ ବିଲରେ ଧାନ ଗଜା ହୋଇଥିଲା । ଏହା ସବୁ ସତ୍ୟ ବି ଚାଷୀ ପାଣି ଜମି ଥିବା ଚାଷ ଜମିରୁ ଧାନକୁ ଛାଣିବାରେ ଲାଗି ଅମଳ କରୁଥିଲା । ଜେନେ ତେନେ ପ୍ରକାରେ ଚଷା ପୁଅଟି ତାର ଖାଇବା ପାଇଁ ଦାନା ଦିଟାକୁ ଅମଳ କରୁଥିଲା ହେଲେ କଣ ହେବ ଗତ କାଲି ସକାଳୁ ଲାଗି ରହିଥିଲା ପ୍ରବଳ ବର୍ଷା । ଯାହା କି ଚାଷୀ ମୁଣ୍ଡରେ ପଡିଥିଲା ଚଡକ । ଏଥିରେ ଚାଷ ଜମିରେ ବର୍ଷା ପାଣି ଜମି ରହିଥିଲା । ଏବେ ଧାନ ସବୁ ଅମଳ କରିବା ସମ୍ଭବ ନୁହେଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ତୁରନ୍ତ ଗିରଫ ଚାଷର କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଓ ଋଣ କରିବା ଚାଷୀଙ୍କୁ ଋଣ ଛାଡ କରିବା ପାଇଁ ସାଧାରଣ ଲୋକ ଦାବି କରିଛନ୍ତି ।