ଟିଟିଲାଗଡ଼ : ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଜିଲ୍ଲା ସଭାପତି ଶ୍ରୀଆଲୋକ ନାୟକଙ୍କ ସଭାପତିତ୍ବରେ ସ୍ଥାନୀୟ ଡ଼ାକବଙ୍ଗଳାରେ ଆଜି ବିଶ୍ଵ ଜନସଂଖ୍ୟା ଦିବସ ଉପଲକ୍ଷେ ଦେଶ ବ୍ୟାପି ଦୁଇ ସନ୍ତାନ ଆଇନ ପ୍ରଣୟନ କରିବାକୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଦେଶର ଜନସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି । ଯଦି ଏହାକୁ ନିୟନ୍ତ୍ରଣ କରା ନ ଯିବ ତାହାଲେ ଲୋକ ନିଶ୍ଚିତ ଭାବରେ ବିଭିନ୍ନ ଅସୁବିଧା ପରିସ୍ଥିତିର ସମ୍ମୁଖିନ ହେବେ । ଯେପରିକି ଜମିବାଡ଼ି ଭାଗ ବଣ୍ଟନ, ରହିବା ପାଇଁ ସ୍ଥାନର ଅଭାବ, ଧାନ ଚାଷ ପାଇଁ ଜମି କମିଯିବ, ଜଙ୍ଗଲ କଟିବ, ପାଣିର ଅସୁବିଧା ଇତ୍ୟାଦିର ଅବ୍ୟବସ୍ଥା ହେବ ।
ସେଥିପାଇଁ ଭାରତ ସରକାରଙ୍କ ତରଫରୁ ଏହି ଦୁଇ ସନ୍ତାନ ଆଇନ ପ୍ରଣୟନ କରାଗଲେ କିଛି ମାତ୍ରାରେ ଏହି ଜନସଂଖ୍ୟା ବୃଦ୍ଧିକୁ ରୋକା ଯାଇ ପାରିବ । ଇତି ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାର ଏହି ଦିଗରେ ଆଗକୁ ଗତି କରୁଥିବା ବେଳେ ଦେଶର ଅନ୍ୟାନ୍ୟ ଜାଗାରେ ତଥା ଦେଶ ବ୍ୟାପି ଏହି ଆଇନ ପ୍ରଣୟନ କରିବାକୁ ଦାବି କରି କହିଥିଲେ ସଭାପତି ଆଲୋକ ନାୟକ । ଏଥିରେ ଜନସଂଖ୍ୟା ସମାଧାନର ପ୍ରଭାରୀ ପ୍ରଶାନ୍ତ ଷଡ଼ଙ୍ଗୀ, ଉପସଭାପତି ସୁନ୍ଦର ଲାଲ ଶର୍ମା, ରଶ୍ମି ରଞ୍ଜନ ଖମାରୀ, ସମ୍ପାଦକ କୁନା ଭାଟି, ଅଶୋକ ମିଶ୍ର, ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ଭୋଇ, ଜନକ କୁମ୍ଭାର, ପରମେଶ୍ବର ପାତ୍ର, ଅଭିମନ୍ୟୁ ଛତର, ଉର୍ବଶୀ ଠେଲା, ରାଜକୁମାରୀ ମହାନନ୍ଦ, ରଞ୍ଜିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।