କରୋନା ଲକ୍ଷଣ ଥିବା ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରିବ ବିଏମସି

-ଟିକା ପାଇଁ ଘରୁ ଆଣିବା ଛାଡିବା ବ୍ୟବସ୍ଥା କରାଯିବ

ଭୁବନେଶ୍ୱର : କରୋନା ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଭୁବନେଶ୍ୱର ଅଂଚଳରେ ସଂକ୍ରମିତ ହୋଇଥିବା ସନ୍ଦେହ କରୁଥିବା ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସାମ୍ପୁଲ ସଂଗ୍ରହ କରାଯିବ । ଲକ୍ଷଣ ଥିବା ବରିଷ୍ଠ ନାଗରିକ ୧୯୨୯କୁ ଫୋନ୍ କରି ନିଜର ନାଁ ଏବଂ ଘର ଠିକଣା ଦେବେ । ଏହା ପରେ ଘରକୁ ଭ୍ୟାନ୍ ସେମାନଙ୍କର ନମୂନା ସଂଗ୍ରହ କରି ଆଣିବ । ସୋମବାରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଏମସି କମିଶନର ସଂଜୟ ସିଂ ସୂଚନା ଦେଇଛନ୍ତି ।
ସେହିପରି ଟିକା ପାଇଁ ସମସ୍ୟାରେ ପଡୁଥିବା ବରିଷ୍ଠ ନାଗରିକଙ୍କୁ ଏଣିକି ଘରୁ ଆଣି ଟିକାକରଣ କେନ୍ଦ୍ରରେ ଟିକା ଦେଇ ପୁଣି ଘରେ ଛାଡ଼ିବ ବିଏସି । ଘରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକଙ୍କୁ ଏଥିପାଇଁ ୧୯୨୯ ନମ୍ବରରେ ଫୋନ୍ କରିବାକୁ ହେବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି ।