ଅଜଣା ବୃଦ୍ଧାଙ୍କ ମୃତଦେହ ସକ୍ରାର

ବୈପାରିଗୁଡା : ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହକୁ ସକ୍ରାର କଲେ ବୈପାରିଗୁଡା ବ୍ଲକ୍‌ର ଜୋନ-୧ ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ ଓ ପୂଜାରୀଗୁଡା ପଞ୍ଚାୟତର ସରପଞ୍ଚ ସତ୍ୟ ମାଝୀ । ବୃଦ୍ଧାଙ୍କୁ ସମ୍ମାନର ସହିତ କାଜୁ ବଗିଚାରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡା ଆଣିବା ପରେ ସ୍ଥାନୀୟ ମଶାଣୀରେ ମୃତଦେହ ସକ୍ରାର କରିଥିବାର ଦେଖିବାକୁ ମିଳିଛି ା ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ୟ ଓ ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସୂଚନାନୁଯାୟୀ ବୈପାରିଗୁଡା ବ୍ଲକ୍‌ର ପୂଜାରୀଗୁଡା ପଞ୍ଚାୟତର ପାବଲିଗୁଡାଗ୍ରାମରେ କିଛି ଦିନ ହେବ ଜଣେ ଅଜଣା ବୃଦ୍ଧା ଗ୍ରାମରେ ପହଞ୍ଚିଥିଲେ ।

ତେବେ ବୃଦ୍ଧାଙ୍କୁ ଗ୍ରାମବାସୀ ମାନେ ନାଁ ଗାଁ ପଚାରିଲେ ମଧ୍ୟ ବୃଦ୍ଧା ଜଣକ କିଛି କହିନଥିଲେ ବୋଲି କହିଛନ୍ତି ଗ୍ରାମବାସୀ । ବୃଦ୍ଧା ଜଣକ ଅସହାୟ ଅବ୍ୟସ୍ଥାରେ ଗାଁରେ ପଡି ରହିବା ସହ ଗ୍ରାମରେ ଏଣେତଣେ ଘୁରିବୁଲିବା ରୁ ଗ୍ରାମବାସୀମାନେ ପ୍ରତିଦିନ କିଛି ନା କିଛି ଏହି ବୃଦ୍ଧାଙ୍କୁ ଖାଇବା ପାଇଁ ମଧ୍ୟ ଦେଉଥିବାର ଶୁଣିବାକୁ ମିଳିଛି । ରବିବାର ଦିନ ସ୍ଥାନୀୟ କାଜୁ ବଗିଚା ଠାରେ ବୃଦ୍ଧାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୂଜାରୀଗୁଡା ସରପଞ୍ଚ ସତ୍ୟ ମାଝୀଙ୍କୁ ଖବର ଦେଇଥିଲେ ।

ସତ୍ୟ ବୈପାରିଗୁଡା ପୋଲିସକୁ ଖବରଦେବା ସହ ଜିଲ୍ଲାପରିଷଦ ସଭ୍ୟଙ୍କୁ ମଧ୍ୟ ଘଟଣା ବିଷୟରେ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତକରିବା ପରେ ସ୍ଥାନୀୟ ସରପଞ୍ଚ ସତ୍ୟ ମାଝୀ, ଜିଲ୍ଲାପରିଷଦ ରାଜେଶ୍ୱର ମହୁରିଆ ଓ ଗ୍ରାମବାସୀମାନେ ଏହି ଅଜଣା ବୃଦ୍ଧାଙ୍କ ମୃତଦେହକୁ ବୈପାରିଗୁଡା ଆଣି ସକ୍ରାର କରିଥିବାର ଜଣାପଡିଛି । ବୃଦ୍ଧାଙ୍କର ପରିଚୟ ଏବେ ପର୍ଯ୍ୟନ୍ତ ମିଳି ପାରି ନଥିବାରୁ ଶେଷରେ ଗ୍ରାମବାସୀଙ୍କ ସହମତିରେ ପୋଲିସକୁ ଜଣାଇନିର୍ବାଚିତ ଲୋକପ୍ରତିନିଧି ଓ ଗ୍ରାମବାସୀ ମାନେ ମାଟି ଖେଳି ସମ୍ମାନର ସହ ବୃଦ୍ଧାଙ୍କ ମୃତଦେହ ସକ୍ରାର କରିଥିଲେ ।

#odishanews #Bypariguda #oldman #Sakra