ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ୧୮ ମାସରେ ସରିବ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାମ । ଖର୍ଚ୍ଚ ହେବ ୧୮୦ କୋଟି

ଭୁବନେଶ୍ବର: ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କରିବାକୁ ପହଞ୍ଚିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ତର୍ଜାତୀୟ ସ୍ତରରେ ବସଷ୍ଟାଣ୍ଡ ପାଇଁ ରାଜ୍ୟ ସରକାର ଯୋଜନା କରିଥିବା ବେଳେ ଏନେଇ କାର୍ଯ୍ୟ କେତେ ବାଟ ଆଗେଇଛି ସେନେଇ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ୧୮ ମାସରେ ସରିବ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ କାମ । ଏଥିପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା । ନୂଆ ବସଷ୍ଟାଣ୍ଡ ଟର୍ମିନାଲ ପାଇଁ ଖର୍ଚ୍ଚ ହେବ ୧୮୦ କୋଟି । ସମୀକ୍ଷା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କରୋନା କାଳରେ ବସଷ୍ଟାଣ୍ଡର କାମ ଆରମ୍ଭ ହୋଇଥିଲା । ବରମୁଣ୍ଡା ବସଷ୍ଟାଣ୍ଡକୁ ରାଜ୍ୟ ବାହାରୁ ବି ଯାତ୍ରୀ ଆସୁଥିବାରୁ ତାର ସୌନ୍ଦର୍ଯ୍ୟକରଣ ପାଇଁ ସେପ୍ଟେମ୍ବର ୨୬, ୨୦୧୯ରେ ଏହି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମାରିଥିଲା ।