ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବାତ୍ୟା ପ୍ରଭାବିତ ଅଂଚଳରେ ପ୍ରାୟ ୧ ଘଂଟା ଧରି ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ । ବାତ୍ୟା କ୍ଷୟକ୍ଷତି ଆକଳନ ପରେ ସଂଧ୍ୟାରେ କିଛି ପ୍ୟାକେଜ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।
ଏହା ପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରଭାବିତ ୧୨୮ଟି ଗାଁର ସମସ୍ତ ପରିବାରକୁ ୭ ଦିନ ରିଲିଫ୍ ଦିଆଯିବ ବୋଲି ଘୋଷଣା କରିଥିଲେ ।