ଖୋର୍ଦ୍ଧା : ରାଜ୍ୟ ସରକାର ଗତକାଲି କ୍ୟାବିନେଟରେ ଗୃହିତ କରିଥିବା ଯୁଗାନ୍ତକାରୀ ପଦକ୍ଷେପକୁ ଖୋର୍ଦ୍ଧା ବିଜୁ ଜନତା ଦଳ ପକ୍ଷରୁ ସ୍ୱାଗତ କରାଯିବା ସହ ଏକ ସଭା ଆୟୋଜନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ବୈଶୟିକ ଓ ଡ଼ାକ୍ତରୀ ଶିକ୍ଷାରେ ରାଜ୍ୟ କ୍ୟାବିନେଟରେ ପାରିତ କରିଛନ୍ତି । ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏନେଇ ଆଜି ଖୋର୍ଦ୍ଧାରେ ବିଧାୟକ ଜ୍ୟୋତରିନ୍ଦ୍ର ନାଥ ମିତ୍ରଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପକ୍ଷରୁ ଏକ ସ୍ୱାଗତ ଶୋଭା ଯାତ୍ରା ନୂଆବସଷ୍ଟାଣ୍ଡରୁ ବାହାରି ବିଜୁ ପଟ୍ଟନାୟକ ପାର୍କ ଠାରେ ଏକତ୍ରିତ ହୋଇଥିଲେ । ସେଠାରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଦଳେଇ, ରାଜ୍ୟ ବିଜୁ ଯୁବ ଜନତା ଦଳ ସମ୍ପାଦକ ରୁଦ୍ରନାଥ ଦତ, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଦିଲ୍ଲିପ କୁମାର ହୋତା, ଜିଲ୍ଲା ଯୁବ ଜନତା ଦଳ ସଭାପତି ନଗର ସଭାପତି ମହମ୍ମ ଆରିଫ, ରାଜେଶ ପରିଡ଼ା, ଅଭିନାଶ ପଟ୍ଟନାୟକ, ଜିଲ୍ଲା ଛାତ୍ରଜନତା ଦଳ ସଭାପତି ବିଶ୍ୱଦିପ୍ ପ୍ରଧାନ, ପୂବର୍ତନ କାଉନସିଲର ବିଭୁ ପ୍ରସାଦ ସାହୁ ସମେତ ଶତାଧିକ ବିଜୁ ଯୁବ ଛାତ୍ର ଯୋଗ ଦେଇ ଏହି ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ପାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।