ଜାନୁୟାରୀ ସୁଦ୍ଧା ଦେଶରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀ ଥମିବାର ନା ଧରୁନି। ଏପରିସ୍ଥଳେ ଗୁରୁବାର ଦିଲ୍ଲୀରୁ ଖୁସି ଖବର ଆସିଛି । ଜାନୁଆରୀ ସୁଦ୍ଧା ଦେଶରେ କରୋନା ଟିକା ମିଳିବ ବୋଲି ଏମ୍ସର ନିର୍ଦେଶକ ଡ଼.ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି । ସମ୍ପ୍ରତି ଦେଶରେ କରୋନା ଟିକାର ଅନ୍ତିମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି ରହିଛି । ଡିସେମ୍ବର ଶେଷ ସୁଦ୍ଧା ଅବା ଜାନୁଆରୀ ପ୍ରଥମ ଭାଗରେ ଏନେଇ ସଫଳତା ମିଳିବାର ଆଶା ରହିଛି । ଭାରତୀୟ ନିୟାମକ କର୍ତ୍ତୃପକ୍ଷ (ଆଇଆରଏ )ଙ୍କ ସ୍ୱୀକୃତି ମିଳିବ ପରେ ଟିକା ସାଧାରଣ ଲୋକଙ୍କୁ ଦିଆଯାଇ ପାରିବ ବୋଲି ସେ କହିଛନ୍ତି ।
ଭାରତରେ କରୋନା ଟିକାର ପ୍ରଯୋଗ କରାଯାଇଛି । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ଦେଖିବାକୁ ମିଳି ନାହିଁ । ଦେଶରେ ବ୍ୟାପକ ଭାବେ ଟିକା ଦିଆଗଲା ହୁଏତ କେତେକ ଲୋକ ଅସୁସ୍ଥ ହୋଇ ପାରନ୍ତି । ମାତ୍ର ଅସୁସ୍ଥତା କରୋନା ଟିକା ଯୋଗୁ ହୋଇଥିବା ଭାବିବା ଭୁଲ ବୋଲି କହିଛନ୍ତି।