ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନ ସ୍ୱୟଂ ଅନ୍ଲାଇନ୍ ଶିକ୍ଷା ପୋଟାଲରୁ ଓଡ଼ିଆ ଭାଷାକୁ ବାଦ ଦେବା ଘଟଣାକୁ ଉତ୍କଳ ସମ୍ମିଳନୀ ନିନ୍ଦା କରିବା ସହିତ ଯଥାଶିଘ୍ର ଏହି ପୋଟାଲରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରିବାକୁ ସମ୍ମିଳନୀ ଦାବି କରିଛି । ଉତ୍କଳ ସମ୍ମିଳନୀ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏଭଳି ଓଡ଼ିଆ ମାରଣ ନୀତିକୁ ସମାଲୋଚନା କରି ସମ୍ମିଳନୀର ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା କହିଛନ୍ତି ଯେ, ବଙ୍ଗାଳୀ ଓ ଗୁଜୁରାଟୀ ଭଳି ଅଣ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷାରେ ପଢ଼ିବାକୁ ପିଲାମାନଙ୍କୁ ବଂଚିତ କରାଯାଉଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇ ଏ ବାବଦରେ ନିଜର ନିଷ୍ପତି ବଦଳାଇବେ ବୋଲି ଉତ୍କଳ ସମ୍ମିଳନୀ ଦାବି କରିଛି ।