ବଂଶଧାରା ନଦୀ ଅବବାହିକା ଅଞ୍ଚଳବାସୀଙ୍କ ଟ୍ରିମ୍ୟୁନଲର ରାୟ ପ୍ରତିବାଦରେ ରାଲି

ରାୟଗଡା : ବଂଶଧାରା ନଦୀ ଜଳ ବିବାଦକୁ ନେଇ ମାନ୍ୟବର ଅଦାଲତଙ୍କ ରାୟ ପ୍ରକାଶ ପାଇବା ପରେ ଆନ୍ଧ୍ର ସରକାର ନେରେଡି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରୁଥିବା ଆଭାସ ପାଇବା ପରେ ପୁଣି ବଂଶଧାରା ଅବବାହିକା ଅଞ୍ଚଳ ବାସୀଙ୍କ ଚେତନା ଜାଗୃତ ହୋଇଛି । ଆମ ଅଞ୍ଚଳ ଜଳ ସମ୍ପଦରେ ଭରପୁର ଥିବାବେଳେ ଆମେ ସବୁବେଳେ ପ୍ରତାରିତ ହୋଇଆସିଛେ । ବଂଶଧାରା ଉପର ମୁଣ୍ଡରେ ଆମର ପ୍ରକଳ୍ପ ଦରକାର ଏହି ନାରା ନେଇ ପୁଣି ଆରମ୍ଭ ହୋଇଛି ଜନ ଆନ୍ଦୋଳନ । ଏହାକୁ ଉଜ୍ଜୀବିତ କରିବାଜୁ ପୂର୍ବଭଳି ଆଗେଇ ଆସିଛି ଗୁଣପୁର ଅଂଚଳରେ କାର୍ଯ୍ୟରତ ଲୋକ ଚେତନା ସଙ୍ଗଠନ । ବଂଶଧାରା ଜଳ ବିବାଦ ଆରମ୍ଭ ସହ ଓଡ଼ିଶା ସୀମା ନିକଟର ଅନତି ଦୂରରେ ଆନ୍ଧ୍ର ସରକାରଙ୍କ ଦ୍ୱରା ନିର୍ମାଣ ହେବାକୁ ଯାଉଥିବା ନେରେଡି ଜଳପ୍ରକଳ୍ପକୁ ବିରୋଧ କରି ସ୍ବର୍ଗତ କମ୍ରେଡ଼ ଭୁବନ ମୋହନ ପଟ୍ଟନାୟକଙ୍କ ପ୍ରୋତ୍ସାହନରେ ସମାଜସେବୀ ତଥା ଆଇନଜୀବୀ ପ୍ରଦୀପ ଦାଶଙ୍କ ନେତୃତ୍ୱରେ ବଂଶଧାରା ଅବବହିକାରେ ଅବସ୍ଥିତ କ୍ଷତିଗ୍ରସ୍ତ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରିବା ସହ ବଂଶଧାରା ନଦୀର ଉପରେ ମୁଣ୍ଡରେ ଗୁଡାରି ନିକଟସ୍ଥ ପାଣି ଡଙ୍ଗର ଠାରେ ଓଡିଶା ସରକାରଙ୍କ ପକ୍ଷରୁ ଜଳ ପ୍ରକଳ୍ପ ନିର୍ମାଣ କରି ଆନ୍ଧ୍ର ସରକାରଙ୍କ ପ୍ରସ୍ତାବିତ ନେରେଡି ପ୍ରକଳ୍ପକୁ ଉଚିତ ଜବାବ ଦେଇ ବଂଶଧାରା ଅବବହିକା ଅଞ୍ଚଳକୁ ଶସ୍ୟଶ୍ୟାମଳା କରିବା ଦାବୀ ନେଇ ଆରମ୍ଭ ହୋଇଥିଲା ବିକାଶ କ୍ରାନ୍ତି ସାଇକେଲ ଯାତ୍ରା ।

ଏହା ୨୦୦୨ ମସିହା ଫେବୃୟାରୀ ମାସ ୨୭ ରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିଲା । ସେତେବେଳର ଏହି ବିକାଶ କ୍ରାନ୍ତି ସାଇକେଲ ଯାତ୍ରାରେ ଭାଗ ନେଇଥିବା ପ୍ରଦୀପ ଦଶ, ପରମ ଶବର, ଜେମ୍ସ ଶବର, ସିପନ ଶବର, ସତ୍ୟ ଶବର, ବିମଳା ଶବର, ବିଜୟା ଶବରଙ୍କ ସମେତ ଅନ୍ୟ ସହଯୋଗୀ ସମଜସେବୀ କର୍ମକର୍ତ୍ତା ରାୟଗଡା ଜିଲ୍ଲା ଗୁଡାରି ନିକଟସ୍ଥ ମିନାଝୁଲା ଶୈବ ପିଠରୁ ସାଇକେଲ ଯାତ୍ରା ଆରମ୍ଭ କରି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଠାରେ ପହଞ୍ଚି ଥିଲେ । ଏହିଦୀର୍ଘ ଦିନ ଯାତ୍ରା ସମୟରେ ଏମାନେ ବଂଶଧାରା ଅବବହିକାର ଗ୍ରାମ ଗୁଡିକୁ ଯାଇ ପଥପ୍ରାନ୍ତ ସଭା କରି ପାଣି ଡଙ୍ଗର ପ୍ରକଳ୍ପ ନିମନ୍ତେ ଦାବୀ ଉପସ୍ଥାପନା କରିବା ନିମନ୍ତେ ଜନ ସଚେତନତା ଜାଗୃତ କରିଥିଲେ । ଏହି ଯାତ୍ରାକୁ ସସଫଳ ରୂପାୟନ ଦେବାନିମନ୍ତେ ସତେବେଳେ ସହଯୋଗ କରିଥିବା ବୁଦ୍ଧିଜୀବୀ ପ୍ରମୋଦ ସାହୁ, ଗୌରୀ ଶଙ୍କର ଦାଶ, ସମଜସେବୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ଓ ରଞ୍ଜିତ ପଢିଙ୍କ ସହସଯୋଗ ଓ ପରିଚାଳନାକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଥିଲା । ଏହାର ପରବର୍ତ୍ତୀ ସମୟରେ ଜନସଧାରଙ୍କ ଦାବୀ କ୍ରମେ ଧର୍ମକୁ ଆଖିଠାର ଭଳି ଗତ ୨୦୦୫ ମସିହାରେ ନବୀନ ସରକାରଙ୍କ ପକ୍ଷରୁ ପାଣି ଡଙ୍ଗର ପ୍ରକଳ୍ପ ନିମନ୍ତେ ଶୁଭ ପକା ଯାଇ ସେମିତି ଛାଡି ଦିଆଯାଇଛି । ଯେଉଁଥି ପାଇଁ ଆନ୍ଧ୍ର ସରକାରଙ୍କୁ ଏହା ନେରେଡି ପ୍ରକଳ୍ପ ନିର୍ମାଣର ବାଟ ସୁଗମ୍ୟ କରିଛି । ବର୍ତ୍ତମାନ ଏନେଇ ପୁଣି ଜନ ଆନ୍ଦୋଳନ ତେଜିଛି । ଯେଉଁ ସରକାର ଦୀର୍ଘ ୧୫ ବର୍ଷ ମଧ୍ୟରେ ଅଞ୍ଚଳ ବାସୀଙ୍କ ଦାବିକୁ କର୍ଣ୍ଣପାତ କରି ନାହାନ୍ତି ଏବେ ଦେହି ସରକାରଙ୍କ କାନକୁ କଣ ଏହି ଦାବୀ ସୁଭାଜିବ ତ ବୋଲି ପ୍ରଶ୍ନ ଉଠିଛି । ମାନ୍ୟବର ଅଦାଲତଙ୍କ ରାୟ ପରେ ପ୍ରସ୍ତାବିତ ନେରେଡି ପ୍ରକଳ୍ପର କାର୍ଯ୍ୟକ୍ଷମ ଅଞ୍ଚଳକୁ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ କର୍ମକାର୍ତ୍ତଙ୍କ ଗସ୍ତ, ଅନୁଧ୍ୟାନ ଓ ସମୀକ୍ଷା ଅଞ୍ଚଳ ବାସୀଙ୍କ ମନରେ ଆଶା ସଞ୍ଚାର କରିଛି । ଦେଖିବାକୁ ରହିଲା ସରକାର ଏ ନେଇ କଣ ପଦକ୍ଷେପ ନେଉଛନ୍ତି ।