ଏମକେସିଜି ମେଡିକାଲ ପରିସରରେ ନିର୍ମାଣାଧିନ ଅକ୍ସିଜେନ ପ୍ଲାଂଟ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ବିଧାୟକ

ଗଞ୍ଜାମ : ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ଅକ୍ସିଜେନ ପ୍ଲାଂଟ । ୬ ଦିନ ହେଲା ପଶ୍ଚିମବଙ୍ଗର ଏକ ୧୦ ଜଣିଆ ବୈଷୟିକ ଟିମ୍ ଦ୍ୱାରା ପ୍ଲାଂଟର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ୨୦ ହଜାର ଟନ୍ କ୍ଷମତା ବିଶିଷ୍ଟ ଏହି ଅକ୍ସିଜେନ ପ୍ଲାଂଟର କାର୍ଯ୍ୟ କିପରି ଚାଲିଛି ଓ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ଗତକାଲି ରାତିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରେୟ ଭାଉସାହେବ, ବିଏମସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଉପଜିଲ୍ଲାପାଳ ଭି. କାର୍ତିଭାସନ, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ ସେଠାକୁ ଯାଇଥିଲେ ଏବଂ ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଏହି ଅକ୍ସିଜେନ ପ୍ଲାଂଟ କାର୍ଯ୍ୟକ୍ଷମ ହେବ । ଏହା ହେଲେ ଏମକେସିଜି ମେଡିକାଲ ପରିସରରେ ଖୋଲା ଯାଇଥିବା ଦୁଇଟି କୋଭିଡ଼୍ ହସ୍ପିଟାଲ ସମେତ ଅନ୍ୟାନ୍ୟ ବିଭାଗରେ ଅକ୍ସିଜେନ ଅଭାବ ରହିବ ନାହିଁ ଓ କୋଭିଡ଼୍ ହସ୍ପିଟାଲରେ ଅତ୍ୟାଧୁନିକ ଶୈଳିରେ ପାଇପ୍ ଲାଇନ୍ ଯୋଗେ ରୋଗୀଙ୍କ ବେଡ୍ କୁ ୨୪ ଘଂଟିଆ ଅକ୍ସିଜେନ ଯୋଗାଣ ହୋଇପାରିବ ।