ଭୁବନେଶ୍ୱର,୨୦ା୧୦(ଡିକେ ନୁ୍ୟଜ): ମହାମାୟା ମା’ ଦୁର୍ଗାଙ୍କଧରାବତରଣ ନେଇ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି ।ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା
ପରି ମେଢ । ଆଜି ପୀଠରେ ସପ୍ତମୀ ପୂଜା ହେଉଥିବାବେଳେ ମଣ୍ଡପରେ ଷଷ୍ଠୀ ପୂଜା ହେଉଛି । ବେଲଗଛ ମୂଳେଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନକରାଯିବ । ଏହି ସମୟରେ ବ୍ରତପୂଜା କରିବାର ବିଧିରହିଛି । କାଲି ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ଏହାପରେ ରବିବାରଅଷ୍ଟମୀ ପୂଜା ସହ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି ।ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁରଖେଳ ହେବ । କିଛି ମଣ୍ଡପରେ ଆମିଷ ଭୋଗ କରାଯାଇଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ । ବଗଲାମୁଖୀ ବେଶରେ ଦର୍ଶନଦେଇଛନ୍ତି କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ।ମା’ଙ୍କ ଏହି ଦୁଲ୍ଲର୍ଭ ବେଶ ଦର୍ଶନ ପାଇଁ ପୀଠରେ ଭକ୍ତଙ୍କରନାହିଁନଥିବା ଭୀଡ଼ ପରିଲକ୍ଷିତ ହୋଇଛି ।