ଆସନ୍ତା ୧୮ରେ ଖୋଲିବ ପ୍ରସିଦ୍ଧ ମା ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର : ଆସନ୍ତା ୭ ତାରିଖଠାରୁ ଖୋଲିବ କେନ୍ଦୁଝରର ସମସ୍ତ ଧର୍ମାନୁଷ୍ଠାନ । କିନ୍ତୁ ଜିଲ୍ଲାର ସବୁଠାରୁ ପ୍ରସିଦ୍ଧ ମନ୍ଦିର ଘଟଗାଁର ମା’ ତାରିଣୀ ମନ୍ଦିର ଆସନ୍ତା ୧୮ ତାରିଖରୁ ଖୋଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ କୋଭିଡ ଗାଇଡଲାଇନ ପାଳନ ସହିତ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ମିଳିବ । ଦୀର୍ଘ ୯ ମାସ ପରେ ଭକ୍ତ ପାଇବେ ମାଙ୍କ ଦର୍ଶନ । ଆଉ ଭକ୍ତଙ୍କ ଆଗମନରେ ପୁଣି ମୁଖରିତ ହେବ ସେହି ଘଟଗାଁ ତାରିଣୀ ପୀଠ । ହେଲେ ଦୀର୍ଘ ଦିନର ଅପେକ୍ଷା ପରେ ଭକ୍ତ ପାଇବେ ମାଙ୍କ ଦର୍ଶନ ବୋଲି ଭକ୍ତଙ୍କ ମନରେ ଆଣି ଦେଇଛି ଉଲ୍ଲାସ । କରୋନା କାରଣରୁ ଦୀର୍ଘ ଦିନ ଧରି ବନ୍ଦ ରହିଛି ମାଙ୍କ ମନ୍ଦିର ।