ରାଉରକେଲା: ପୁଅ ହତ୍ୟାକାରୀ ବାପାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ମାମଲାର ବିଚାର କରି ଅଭିଯୁକ୍ତ ବାପା ହଣ୍ଡା ଓରାମକୁ ଦୋଷୀ ସାବ୍ୟସ୍ତ କରିବା ସହ କୋର୍ଟ ତାଙ୍କ ରାୟରେ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୯ ମସିହା ଜୁନ୍ ୨୪ ତାରିଖରେ ପୁଅର ବେକକୁ ଅତ୍ୟନ୍ତ ନୃଶଂସ ଭାବେ ଛୁରୀରେ କାଟି ହତ୍ୟା କରିଥିଲା ଅଭିଯୁକ୍ତ ବାପ । ମାମଲାରେ ୧୪ ଜଣଙ୍କ ସାକ୍ଷ୍ୟ, ପ୍ରମାଣ ଓ ପାରିପାଶ୍ୱିର୍କ ସ୍ଥିତିକୁ ବିଚାରକୁ ନେଇ କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରୀ ଓକିଲ ସତ୍ୟ ନାରାୟଣ ମହାପାତ୍ର ଏହି ସୂଚନା ଦେଇଛନ୍ତି ।