୨୦୨୧-୨୨ କେନ୍ଦ୍ର ବଜେଟ୍ରା ଚୂଡାନ୍ତ ପ୍ରସ୍ତୁତି ପ୍ରକ୍ରିୟା ହାଲୱା ସମାରୋହରୁ ଆରମ୍ଭ

ନୂଆଦିଲ୍ଲୀ: ୨୦୨୧-୨୨ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍‍ ପ୍ରସ୍ତୁତିର ଚୂଡାନ୍ତ ପକ୍ରିୟାକୁ ଚିହ୍ନିତ କରୁଥିବା ହାଲୱା ସମାରୋହ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ରାପକ ମନ୍ତ୍ରୀ ଶ୍ରମତୀ ନିର୍ମଳା ସୀଥାରମଣଙ୍କ ଉପସ୍ଥିତିରେ ନର୍ଥ ବ୍ଲକରେ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ବଜେଟ୍‍ ପ୍ରସ୍ତୁତିର “ଲକ୍‍-ଇନ୍‍’ ପ୍ରକ୍ରିୟା ପୂର୍ବରୁ ଏକ ପାରମ୍ପରିକ ହାଲୱା ସମାରୋହ ହୋଇଥାଏ ।
ଏକ ଅଭୂତପୂର୍ବ ପଦକ୍ଷେପ ଅନୁଯାୟୀ ୨୦୨୧-୨୨ ବର୍ଷର କେନ୍ଦ୍ର ବଜେଟ୍‍ ପ୍ରଥମଥର ପାଇଁ କାଗଜବିହୀନ ଭାବେ ବିତରଣ କରାଯିବ । ଫେବୃୟାରୀ ୧ ତାରିଖ ୨୦୨୧ ରେ ୨୦୨୧-୨୨ ବର୍ଷର କେନ୍ଦ୍ର ବଜେଟ୍‍ ଉପସ୍ଥାପିତ ହେବ ।ଏହି ଅବସରରେ ସାଂସଦ ଓ ସାଧାରଣ ଲୋକେ ଯେଭଳି ବଜେଟ୍ରି ବିଷୟବସ୍ତୁ ସଂକ୍ରାନ୍ତରେ ସହଜରେ ଡିଜିଟାଲ ବ୍ୟବସ୍ଥାରେ ଅବଗତ ହୋଇପାରିବେ ସେଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ “କେନ୍ଦ୍ର ବଜେଟ୍‍ ମୋବାଇଲ୍‍ ଆପ୍‍”ର ଶୁଭାରମ୍ଭ କରିଛନ୍ତି । ଏହି ଆପ୍‍ ସମ୍ବିଧାନ ଦ୍ୱାରା ପ୍ରଣୀତ ବାର୍ଷିକ ବଜେଟ୍‍ ବିବରଣୀ (ସାଧାରଣତଃ ବଜେଟ୍‍ ଭାବେ ଜଣାଶୁଣା), ଅନୁଦାନ ଦାବି (ଡିଜି), ଆର୍ଥିକ ବିଲ୍‍ ଇତ୍ୟାଦି ସହିତ ୧୪ ଟି କେନ୍ଦ୍ର ବଜେଟ୍‍ ବିଷୟବସ୍ତୁର ସହଜ ଉପଲବ୍ଧ କରାଇବ ।
ଏହି ଆପ୍‍ ବ୍ୟବହାର ଅନୁକୂଳ ସହିତ ଏଥିରେ ବିଷୟବସ୍ତୁର ଡାଉନଲୋଡିଂ, ପ୍ରିଣ୍ଟିଂ, ଖୋଜିବା (ସର୍ଚ୍ଚ), ଜୁମ୍‍ ଇନ୍‍ ଆଣ୍ଡ ଆଉଟ୍‍, ଉଭୟ ଦିଗରୁ ଉପର ତଳକରିବା, ବିଷୟବସ୍ତୁର ଟେବୁଲ ଏବଂ ଲିଙ୍କ୍‍ ଆଦି ରହିଛି । ଏହା ଦ୍ୱିଭାଷୀ (ଇଂରାଜୀ ଏବଂ ହୀନ୍ଦି) ଏବଂ ଉଭୟ ଆଣ୍ଡ୍ରଏଡ୍‍ ଏବଂ ଆଇଓଏସ୍‍ ପ୍ଲାଟଫର୍ମରେ ଉପଲବ୍ଧ । କେନ୍ଦ୍ର ବଜେଟ୍‍ ପାଇଁ ଉପଲବ୍ଧ ୱେବ ପୋର୍ଟାଲ www.indiabudget.gov.in ରୁ ଏହି ଆପ୍କୁଏ ଡାଉନଲୋଡ୍‍ କରିହେବ । ଏହି ଆପ୍କୁd ଆର୍ଥିକ ବ୍ୟାପାର ବିଭାଗ (ଡିଇଏ)ର ତତ୍ୱାବଧାନରେ ଜାତୀୟ ସୂଚନା କେନ୍ଦ୍ର (ଏନ୍ଆଭଇସି) ପ୍ରସ୍ତୁତ କରିଛି ।
ଫେବୃଆରୀ ୧, ୨୦୨୧ ଦିନ ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ୍‍ ଅଭିଭାଷଣ ସମାପ୍ତ ପରେ ମୋବାଇଲ୍‍ ଆପ୍ରେେ ବଜେଟ୍‍ ବିଷୟବସ୍ତୁ୍‍ ଉପଲବ୍ଧ ହେବ ।
ଏହି ହାଲୱା ସମାରୋହରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହିତ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର, ଅର୍ଥ ଏବଂ ରାଜସ୍ୱ ସଚିବ ଡଃ.ଏ.ବି.ପାଣ୍ଡେ, ବ୍ୟୟ ସଚିବ ଶ୍ରୀ ଟି.ଭି.ସୋମନାଥନ, ଆର୍ଥିକ ବ୍ୟାପାର ସଚିବ ଶ୍ରୀ ତରୁଣ ବଜାଜ, ଡିଆଇପିଏଏମ୍‍ ସଚିବ ଶ୍ରୀ ତୁହିନ କାନ୍ତ ପାଣ୍ଡେ, ଆର୍ଥିକ ସେବା ସଚିବ ଦେବାଶିଷ ପଣ୍ଡା, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡଃ.କେ.ଭି.ସୁବ୍ରମଣ୍ୟମ, ଅତିରିକ୍ତ ସଚିବ (ବଜେଟ୍‍) ଶ୍ରୀ ରଜତ କୁମାର ମିଶ୍ର ଏବଂ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବଜେଟ୍‍ ପ୍ରସ୍ତୁତି ଏବଂ ସଙ୍କଳନ ପ୍ରକ୍ରିୟାରେ ସାମିଲ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଏବଂ କର୍ମଚାରୀଙ୍କ ବ୍ୟତିତ ସିବିଡିସି ଅଧ୍ୟକ୍ଷ ଶ୍ରୀ ପି.ସି.ମୁଡି, ସିବିଆଇସି ଅଧ୍ୟକ୍ଷ ଶ୍ରୀ ଏମ୍‍.ଅଜିତ କୁମାର ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ଥିଲେ ।ପରେ, ଅର୍ଥମନ୍ତ୍ରୀ ୨୦୨୧-୨୨ କେନ୍ଦ୍ର ବଜେଟ୍‍ ସଙ୍କଳନ ସ୍ଥିତିର ସମୀକ୍ଷା କରି ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।