ପୁରୀ: ଆଜି ୨୦୨୧ ମସିହା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ରଥଘଣ୍ଟ ବାଜିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ୍ ମାଳ, ମହାର୍ଦ୍ଦ ଧରି କାଠ ଚିହ୍ନଟ ପାଇଁ ନୟାଗଡର ଦଶପଲ୍ଲା ଜଙ୍ଗଲ ଅଭିମୁଖେ ଗସ୍ତ କରିଛନ୍ତି । ଆସନ୍ତାକାଲି ବଡମୂଳସ୍ଥିତ ମା ବଡରାଉଲ ଠାକୁରାଣୀ ଠାରେ ପୂଜାର୍ଚ୍ଚନା କରାଯିବ । ଏହି ଟିମ୍ ରେ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ତତ୍ୱାବଧାରକ ସୁଦର୍ଶନ ମେକାପ, ରଥ ଅମିନ ଲଖମଣ ମହାରଣା, ରଥ ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମଖ ସାମିଲ ହୋଇଛନ୍ତି । ଵିଧି ଅନୁଯାୟୀ, ଶ୍ରୀମନ୍ଦିରରୁ ମାଳ, ମହାର୍ଦ୍ଦ ଆସିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ରଥଯାତ୍ରାର ପ୍ରଥମ ଘଣ୍ଟ ବାଜିବା ପରେ ଅନୁକୂଳରେ ଟିମ୍ ବାହାରିଥିଲା । ସେଠାରେ ଟିମ୍ ପୂଜାର୍ଚ୍ଚନା ପରେ ଜଙ୍ଗଲରେ ଅସନ, ଧଉରା, ଫାସୀ ଗଛ କାଟିବା ପାଇଁ ଚିହ୍ନଟ କରିବା ପରେ ନୟାଗଡ ବନ ବିଭାଗ ପକ୍ଷରୁ ଗଛ କଟା କାମ ଆରମ୍ଭ ହେବ ।