ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖଦିନ ପଡୁଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀକୁ ଧୂମଧାମରେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ନେତାଜୀଙ୍କ ଦେଶ ପାଇଁ ନିଃସ୍ୱାର୍ଥପର ସେବା ଓ ଅଦମ୍ୟ ଉତ୍ସାହ ପ୍ରତି ସମ୍ମାନ ଜଣାଇ ଏହାର ସ୍ମରଣାର୍ଥେ ସରକାର ପ୍ରତିବର୍ଷ ଜାନୁୟାରୀ ୨୩ ତାରିଖକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି । ନେତାଜୀ ଯେପରି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପ୍ରବଳ ପରାକ୍ରମ ସହ ତାହାକୁ ସାମ୍ନା କରିଥିଲେ, ସେଥିନେଇ ବିଶେଷକରି ଦେଶର ଯୁବଗୋଷ୍ଠୀଙ୍କୁ ଅନୁପ୍ରାଣୀତ କରିବା ଓ ସେମାନଙ୍କୁ ଦେଶପ୍ରେମ ମନ୍ତ୍ରରେ ଉଦ୍ବୁଦ୍ଧ କରିବା ଏହି ଦିବସ ପାଳନର ତାତ୍ପର୍ଯ୍ୟ । ଜାନୁୟାରୀ ୨୩ ତାରିଖକୁ ପରାକ୍ରମ ଦିବସ ଭାବେ ଘୋଷଣା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି ।