ଲଦାଖର ଘାଟୀମାନଙ୍କୁ ବିମାନ ମାର୍ଗ ଯୋଡ଼ିବାକୁ ସରକାର ଦେଲେ ମଞ୍ଜୁରୀ

-ଲଦାଖରେ ହେବ ଚାରି ନୂଆ ଏୟାରପୋର୍ଟ, ଚୀନ୍ ସୀମା ପାଖରେ ୩୭ ଆଧୁନିକ ହେଲିପେଡ଼ ହେବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲଦାଖ ପାଇଁ ମହତ୍ୱାକାଂକ୍ଷୀ ଏୟାର ସମ୍ପର୍କ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଏବେ ଲଦାଖର ସମସ୍ତ ଅଂଚଳ ଖୁବ୍ଶୀଘ୍ର ଏୟାରପୋର୍ଟକୁ ଯୋଡ଼ାଯିବ । ଲଦାଖର ଅଂଚଳରେ ଏୟାର ସମ୍ପର୍କ ବଢ଼ାଇବା ପାଇଁ ସରକାର କେନ୍ଦ୍ରଶାସିତ ପ୍ରଦେଶ ଲଦାଖରେ ଚାରିଟି ନୂଆ ଏୟାରପୋର୍ଟ ଏବଂ ୩୭ଟି ହେଲିପେଡ଼ ତିଆରି ପାଇଁ ଯୋଜନା କରିଛନ୍ତି । ଲଦାଖ ଅଂଚଳର ୬ଟି ଘାଟିକୁ ମଧ୍ୟ ଏୟାରପୋର୍ଟ ସହ ଯୋଡ଼ାଯିବ । ବର୍ତମାନ ସମୟରେ ଲେହ ଏବଂ କାରଗିଲରେ ଏୟାରପୋର୍ଟ ଅଛି । ଏଥିରୁ କେତେକ ଏୟାରପୋର୍ଟ ଏ ବର୍ଷର ଶେଷ ଭିତରେ ଚାଲୁ ହେବାର ସମ୍ଭାବନା ରହିଛି ।

ଭାରତ-ଚୀନ୍ ମଧ୍ୟରେ ହେଉଥିବା ଗତିରୋଧ ମଧ୍ୟରେ କେନ୍ଦ୍ରଶାସିତ ପ୍ରଦେଶ ଲଦାଖର ବିକାଶ କରିବାକୁ ତିଆରି ହୋଇଥିବା ଯୋଜନାକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବାକୁ ଆରମ୍ଭ କରିଛନ୍ତି । ତେଣୁ ସର୍ବପ୍ରଥମେ ଲଦାଖର ସମସ୍ତ ଅଂଚଳକୁ ଖୁବ୍ଶୀଘ୍ର ଏୟାର ରାସ୍ତାରେ ଯୋଡ଼ାଯିବ । ପୂର୍ବରୁ ଲଦାଖ ଯୋଡ଼ାଯାଇଥିଲା, କିନ୍ତୁ ଏବେ କେନ୍ଦ୍ର ସରକାର ଯେଉଁ ମହତ୍ୱାକାଂକ୍ଷି ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି, ତା’ ମୁତାବିକ ଲେହ ଏବଂ କାର୍ଗିଲରେ ଉନ୍ନତ ଟେକ୍ନିକରେ ୩୭ ହେଲିପେଡ଼ ତିଆରି ହେବାର ଲକ୍ଷ୍ୟ ରହିଛି । ଏ ମଧ୍ୟରୁ ୭ ହେଲିପେଡ଼ ଲେହରେ ଏବଂ ୩୦ ହେଲିପେଡ଼ କାରଗିଲରେ ହେବ । ଲଦାଖର ଡେମଚୋକ, ଲିଙ୍ଗଶେକ, ଚୁଶୁଲ ଅଂଚଳରେ ୬ଟି ଏୟାରପୋର୍ଟର ନିର୍ମାଣ କରାଯାଇଛି । କାର୍ଗିଲରେ ଏବେ ପର୍ଯ୍ୟନ୍ତ ଏୟାରପୋର୍ଟର ବ୍ୟବହାର କେବଳ ଭାରତୀୟ ବାୟୁସେନା କରୁଛି ଏବଂ ଏବେ ପର୍ଯ୍ୟନ୍ତ ନାଗରିକ ସଂଚାଳନ ଆରମ୍ଭ ହେବାପାଇଁ ଅନୁମୋଦନ ମିଳିନାହିଁ । ବର୍ତମାନ ସମୟରେ ଲଦାଖରେ ୮ଟି ହେଲିପେଡ଼ ଅଛି, ଯେଉଁଥିରୁ ୫ଟି ଲେହରେ ଏବଂ ୩ଟି କାରଗିଲରେ ଅଛି । ଯାହାର ଆଧୁନିକୀକରଣ କରାଯିବ । ସରକାର ଏବେ କାରଗିଲ ଅଂଚଳରେ ଏକ ବ÷କଳ୍ପିକ ନାଗରିକ ଏୟାରପୋର୍ଟ ପାଇଁ ଭୂମି ଚିହ୍ନଟ ହୋଇଛି । ଏହାବ୍ୟତୀତ ୨୯ ନୂଆ ଆଧୁନିକ ହେଲିପେଡ଼ ତିଆରି ହେବ, ଯେଉଁଥିରୁ ୨ଟି ଲେହ ଏବଂ ୨୭ କାର୍ଗିରେ ହେବ । ଲଦାଖ ରିଜନରେ ୩୭ ଅତ୍ୟାଧୁନିକ ହେଲିପେଡ଼ ହୋଇଯିବ । ଲେହର ୩ ଏୟାରପୋର୍ଟର କାମ ଆରମ୍ଭ ହୋଇଛି, ଯେଉଁଥିରେ ଲଦାଖର ତିନି ଏବଂ ଘାଟିମାନଙ୍କରେ ମଧ୍ୟ ଶୀଘ୍ର ଏୟାରପୋର୍ଟ ହେବାର କାମ ଆରମ୍ଭ କରାଯାଇଛି । ନୂଆ ତିଆରି ହେଲିପେଡ଼ ଭାରତ-ଚୀନ୍ ସୀମା ପାଖରେ ଅବସ୍ଥିତ । ତେଣୁ କୌଣସି ଆପାତକାଳୀନ ଆବଶ୍ୟକ ଯେପରିକି ପ୍ରାକୃତିକ ବିପର୍ଯ୍ୟୟ ବା ସ୍ଥାନୀୟ ନାଗରିକ ମେଡ଼ିକାଲ ଏମରଜେନ୍ସିକୁ ପୂରଣ କରିବା ପାଇଁ ହେଲିପେଡ଼ ଜରୁରୀ ।

ସରକାର ପ୍ରଥମେ ୪ ନୂଆ ଏୟାରପୋର୍ଟ ପାଇଁ ଭୂମି ଚିହ୍ନଟ କରାଯାଇଛି ଯେଉଁଠାରେ ବଡ଼ ବିମାନ ସବୁ ଅବତରଣ କରାଯାଇପାରିବ । ଏହାବ୍ୟତୀତ ସରକାର ଲେହ ସହର ପାଇଁ ଏକ ବୈକଳ୍ପିକ ଏୟାରପୋର୍ଟ ଜାସ୍କର ଘାଟୀରୁ ସିଧା ଯୋଡ଼ିବାର ଯୋଜନା ରହିଛି । ସରକାର ପୈନଂଗୋ ହ୍ରଦ ସହିତ ଯୋଡ଼ିହୋଇଥିବା ଚାଂଗଡାଂଗ ପାଖରେ ମଧ୍ୟ ଗୋଟିଏ ଏୟାରପୋର୍ଟ ତିଆରି ହେବାର ଯୋଜନା ହୋଇଛି, ଯେଉଁଠାରେ ପୂର୍ବବର୍ଷ ଚୀନ୍ର ସାଙ୍ଗରେ ସୀମା ବିବାଦ ବଢ଼ୁଛି । ଏହି ବର୍ଷ ଫେବୃଆରୀରେ ବୁଝାମଣା ହେବାପରେ ହ୍ରଦର ଦୁଇ କୂଳରେ ସୈନିକଙ୍କୁ ପଛକୁ ହଟାଯାଇଛି । କେନ୍ଦ୍ରଶାସିତ ପ୍ରଦେଶ ଲଦାଖ ଦୂରସ୍ଥ ଏବଂ ଦୁର୍ଗମ ସ୍ଥାନରେ ବିସ୍ଥାରିତ ହୋଇଛି । ଏହି ଏୟାରପୋର୍ଟ ତିଆରି ହେବାପରେ ହେଲିକାପ୍ଟର ଅବତରଣ ହୋଇପାରିବ । ଏଥିରୁ କେତେକ ଏୟାରପୋର୍ଟର ଏହି ବର୍ଷ ଶେଷ ମଧ୍ୟରେ ଚାଲୁ ହେବାର ସମ୍ଭାବନା ଅଛି ।