ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ

ମାଲକାନଗିରି: କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାର ଜବରଦସ୍ତ କଲୋନୀରେ । କଲୋନୀର ଏକ ଗଛରେ ଗୋଟିଏ ଝିଅ ଏବଂ ପୁଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଆଜି ସକାଳୁ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଉଭୟଙ୍କ ମୃତଦେହ ଏକ ଗାମୁଛାରେ ବନ୍ଧା ହୋଇଥିବା ବେଳେ ଉଭୟ ପ୍ରେମୀ ଯୁଗଳ ବୋଲି ଅନୁମାନ କରାଯାଉଛି । ଝିଅଟି ସ୍ଥାନୀୟ ଅଞ୍ଚଳର ସରି ସରକାର ଓ ପୁଅଟି ମାଲକାନଗିରି ଜିଲ୍ଲା ଏମ୍ଭି ୯ ଗ୍ରାମର ଭିକି ସିକଦାର ବୋଲି ଜଣାପଡିଛି । ଉଭୟ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ମନ୍ଦିରରେ ପ୍ରେମ ବିବାହ କରିବା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନି ।