ମାହାଙ୍ଗା : ମାହାଙ୍ଗା ବ୍ଲକ ଛତ୍ରତୋଟା ଠାରେ ବୁଧବାର ପୂର୍ବାହ୍ନରେ “ପ୍ରିଣ୍ଟ ଆଣ୍ଡ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ଆସୋସିଏସନ” ମାହାଙ୍ଗା ପକ୍ଷରୁ ସଂଘର ନୂତନ କାର୍ଯ୍ୟାଳୟକୁ ସ୍ଥାନୀୟ ବିଧାୟକ ତଥା ଆଇନି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଚାହାପଡ଼ା ପଞ୍ଚାୟତ ଛତ୍ରତୋଟା ଠାରେ ଉଦଘାଟନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମାଜପାଇଁ ସାମ୍ବାଦିକ ମାନଙ୍କ ଅନବରତ ସେବା ଓ ସମର୍ପଣ ଭାବନାର ପଟ୍ଟାନ୍ତର ନାହିଁବୋଲି ମନ୍ତୀ ଶ୍ରୀ ଜେନା କହିଥିଲେ । ସାମ୍ବାଦିକ ସଂଘ ପକ୍ଷରୁ ଚଳିତବର୍ଷ ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ଜନ୍ମଜୟନ୍ତୀ ସଂଘର ସଭାପତି ଅଖିଳେଶ ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିଲେ । ସାମ୍ବାଦିକମାନେ ସତ୍ୟ ଓ ତଥ୍ୟ ଆଧାରିତ ଜନକଲ୍ୟାଣ ସଂବାଦ ପରିବେଷଣ କ୍ଷେତ୍ରରେ ବୈଷ୍ଣବ ପାଣିଙ୍କ ଭଳି ନିର୍ଭୀକ ଓ ଦୁରଦୃଷ୍ଟି ସଂପନ୍ନ ହେବାକୁ ମନ୍ତ୍ରୀ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ । ଏହି ସଭାରେ ସମ୍ମାନିତ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବରେ ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ସମ୍ମାନିତ ବକ୍ତାଭାବେ ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ ଯୋଗଦେଇ ସତ୍ୟନିଷ୍ଠ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ପ୍ରାରଂଭରେ ପ୍ରେସକ୍ଲବ ସଂପାଦକ ବିଜୟ ଜେନା ସ୍ୱାଗତ ଭାଷଣ କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ତୁଷାରଜ୍ୟୋତି ନାୟକ,ବିବେକାନନ୍ଦ ଦାସ, ଧନେଶ୍ୱର ସେଠୀ, ଶଶୀ ଭୂଷଣ ଷଢଙ୍ଗୀ, ହରିହର ସାହୁ, ମହେଶ୍ୱର ବେହେରା, ଦିବାକର ରାଉତ, ଅରୁଣ ଲେଙ୍କା,ଅଚ୍ୟୁତାନନ୍ଦ ନାୟକ, ଅଭିମନ୍ୟୁ ନାୟକ, ସୁରେଶ ବଳ, ରଞ୍ଜନ ବାରିକ,ବସନ୍ତ ସାମଲ,ହେମନ୍ତ ଦାସ,ପ୍ରିୟବ୍ରତ ପଣ୍ଡା,ଅନିଲ ଲେଙ୍କା, ସୁପ୍ରଭା ସାମଲ, ଇତିକାନ୍ତ ମହାନ୍ତି, ଯଯାତି ସିଂ, ରଶ୍ମି ମହାନ୍ତି, ପ୍ରଦୀପ୍ତ ମହାରଣା,ନିହାର ସାମଲ, ଦାମୋଦର ପରିଡା,ଗିରିଶ ଜେନା,ଅକ୍ଷୟ ଗୋଛାୟତ,ସଞ୍ଜୟ ମଲ୍ଲିକ,ଭାଗ୍ୟଧର ସାହୁ, ସପ୍ତଜ୍ୟୋତି ରାଉଳ, ଦେବେନ୍ଦ୍ର ଷଢଙ୍ଗୀ,ଆଦିତ୍ୟ ଷଢଙ୍ଗୀ, ଅନିଲ ମଲ୍ଲିକ, ଅଶୋକ ସାହୁ ପ୍ରମୁଖ ବହୁ ସାମ୍ବାଦିକ ଯୋଗଦେଇ ମାହାଙ୍ଗା ମାଟିର ଯୋଗଜନ୍ମା ପୁରୁଷ ଗଣକବିଙ୍କ ବୈଷ୍ଣବ ପାଣିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ ।