ଚକ ଅଖ ଜାମକୁ ଭାରତୀୟ କିଶାନ ସଂଘ ସମର୍ଥନ କରିବ ନାହିଁ

ଭୁବନେଶ୍ୱର:  ଆଜି   ବିଭିନ୍ନ ଚାଷୀ ସଂଗଠନ ମାନଙ୍କ  ପକ୍ଷରୁହେବାକୁ ଥିବା ଚକ ଅଖ ଜାମକୁ ଭାରତୀୟ କିଶାନ ସଂଘ ସମର୍ଥନ କରିବ ନାହିଁ । ଭାରତୀୟ କିଶାନ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ସ୍ୱାଇଁ କହିଛନ୍ତି ।
ସେ କହିଛନ୍ତି ଯେ ଏହି ଆନ୍ଦୋଳନ ରାଜନୈତିକ ରୂପ ନେଇ ସାରିଛି । ଗଣତନ୍ତ୍ ଦିବସରେ ଯେଭଳି ଭାବେ ଦିଲ୍ଲୀରେ ହିଂସା ପ୍ରଦର୍ଶନ କରା ଗଲା  ଓ ଜାତୀୟ ପତାକାକୁ ଅପମାନ କରା ଗଲା ସେଥିରୁ ସ୍ପଷ୍ଟ ଯେ ଏଥିରେ ରାଷ୍ଟ୍ ବିରୋଧୀ ଶକ୍ତି ମାନେ ମିଶି ସାରିଛନ୍ତି । ତେଣୁ ଏହି ଚକା ଅଖା ବନ୍ଦକୁ କିଶାନ ସଂଘ ସମର୍ଥନ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।