ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଅଧିନରେ ହୋଇଥିବା ଜେଇଇ ମେନ୍ ପରୀକ୍ଷା ରେଜଲ୍ଟ ଘୋଷଣା କରାଯାଇଛି । jeemain.nta.nic.in ସାଇଟିରେ ରେଜଲ୍ଟ ଉପଲବ୍ଧ । ଚଳିତବର୍ଷ ଦେଶରେ ମୋଟ ୬ ଲକ୍ଷ ୬୧ ହଜାର ୭୭୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ଫେବୃଆରୀ ୨୩ ରୁ ୨୬ ମଧ୍ୟରେ ଆୟୋଜିତ ହୋଇଥିଲା ଏହି ଜେଇଇ ମେନ୍ ପରୀକ୍ଷା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ସୂଚନା ଅନୁଯାୟୀ ବିଟେକ୍, ବିଇରେ ୯୫ ପ୍ରତିଶତ ଆଶାୟୀ ଭାଗ ନେଇଥିଲେ । ସେହିଭଳି ୮୧.୨ ପ୍ରତିଶତ ଛାତ୍ରଛାତ୍ରୀ ପେପର ୨ ଅର୍ଥାତ (BArch, BPlanning)ରେ ଭାଗ ନେଇଥିଲେ ।