ଅପରାହ୍ନ ୨ଟାରୁ ପରଦିନ ସକାଳ ୫ଟା ବନ୍ଦ ରହିବ ଦୋକାନ ବଜାର : ମଇ ୯ ତାରିଖ ଯାଏ ବଳବତର ରଖିବାକୁ ବ୍ୟବସାୟୀ ସଂଘକୁ ପ୍ରଶାସନର ନିବେଦନ

ଗଞ୍ଜାମ : କରୋନା ଦ୍ୱିତୀୟ ଲହରରେ ସଂକ୍ରମଣର ଭୟାବହତା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ସ୍ୱତଃପ୍ରବୃତ ଭାବେ ଗଞ୍ଜାମ ଜିଲ୍ଲାରେ ସମସ୍ତ ଦୋକାନ ବଜାର ଅପରାହ୍ନ ୨ଟାରୁ ତା ପରଦିନ ସକାଳ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ବ୍ୟବସାୟୀ ସଂଘର ନିଷ୍ପତି ଅନୁଯାୟୀ, ସକାଳ ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଦୋକାନୀ ମାନେ ପଚଂସୂତ୍ରୀ ନିୟମ ମାନି ବ୍ୟବସାୟ କରିବେ । ତେବେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବାକୁ ବ୍ୟବସାୟୀ ସଂଘକୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ ।