ଜଳସେଚନ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ସାଲେପୁର: ସାଲେପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଲୋକାଭିମୁଖି କାଯ୍ୟକ୍ରମର ଶିଳାନ୍ୟାସ ଓ ଉଦଘାଟନୀ ମଙ୍ଗଳବାର ଦିନ ହୋଇଛି । ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜଳସେଚନ ଓ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ମାନ୍ୟବର ରଘୁ ନନ୍ଦନ ଦାଶ ଯୋଗ ଦେଇ ରାମେଶ୍ୱର ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କୃଷି ପରାମର୍ଶ କେନ୍ଦ୍ର ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଉଦଘାଟନ , ରାମକୃଷ୍ଣପୁର ବିଜୁବାହିନୀ ଘର ଉଦ୍ଘଟନ ସହ ବହୁ ପ୍ରତୀକ୍ଷିତ ବ୍ରିଟିଶ ଅମଳର ପ୍ରାୟ ଚାରିକୋଟି ଟଙ୍କାର ବ୍ୟୟ ଅଟକଳରେ କୁଣ୍ଡି ସେତୁର ଶୁଭ ଶିଳାନ୍ୟାସ କରିଥିଲେ । ଯାହା ଫଳରେ ଏହି ସେତୁ ଦ୍ୱାରା ପ୍ରାୟ ତିନିଗୋଟି ନିର୍ବାଚନ ମଣ୍ଡଳୀର ଲୋକ ଉପକୃତ ହୋଇପାରିବେ । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ,ବ୍ଲକ ଉପଦକ୍ଷ ରମେଶ ଜେନା, ଯୁବନେତା ନାରାୟଣ ପତି, ରାଜୀବ କୁମାର ଷଡଙ୍ଗୀ, ଗୋପାଳ ଚନ୍ଦ୍ର ଷଡଙ୍ଗୀ,ବସନ୍ତ କୁମାର ସେଠୀ,ଯୁବନେତା ତଥା ସମାଜସେବୀ ବିଶ୍ୱଜିତ ଚାଟାର୍ଜୀ,ସଞ୍ଜିତ ଦାଶ, ଚିତ୍ତରଞ୍ଜନ ମହାନ୍ତି,ଶୁଭମ ଦାଶ, ବିଭୁତିଭୂଷଣ ଦାଶ, ଆତ୍ମାର ସଭାପତି ଦିଲ୍ଲୀପ ଦାଶ, ରାଜେଶ ମହାନ୍ତି,ଅଶ୍ୱିନୀ ଦାସ,ଜିଲ୍ଲା ପରିଷଦ ସୁବାସୀଷ ପ୍ରଧାନ ବହୁଗ୍ରାମ ସରପଞ୍ଚ ମିଲିରାଣୀ ବୋଷ,ପ୍ରସାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।