ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ରବିବାର ଦିନ ବାଣୀବିହାର ସ୍ଥିତ ୟୁନିଭରସିଟି ହାଇସ୍କୁଲକୁ ଅଚାନକ ଗସ୍ତ କରିଥିଲେ । ରବିବାର କିପରି ପାଠପଢା ଚାଲିଛି ମନ୍ତ୍ରୀ ତାର ଅନୁଧ୍ୟାନ କରିଥିଲେ । ରବିବାର ସତ୍ୱେ ଉପସ୍ଥାନ ୫୦ ପ୍ରତିଶତରୁ ଅଧିକ ରହୁଥିବାରୁ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ବିଶେଷ କରି ଆସନ୍ତାକାଲି ନବମ ଓ ଏକାଦଶ ଶ୍ରେଣୀ ପାଠ ପଢା ଆରମ୍ଭ ହେବାକୁ ଯାଉଥିବାରୁ ତାର ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏସଓପି ଆଧାରରେ ସ୍କୁଲ ଖୋଲିବ । ରବିବାର ଦିନ ଶିକ୍ଷାଦାନ ହେଉଥିବାରୁ ଶିକ୍ଷକମାନେ ଚାପରେ ରହୁଛନ୍ତି । ତେବେ ୧୦୦ ଦିନିଆ କ୍ଲାସ୍ ପାଇଁ ଏହା ଆବଶ୍ୟକ ବୋଲି ସେ କହିଛନ୍ତି ।