ବାହାନଗା ଟ୍ରେନ ଟ୍ରାଜେଡି,୨୮ ଅଚିହ୍ନା ମୃତଦେହର ହେବ ସଂସ୍କାର

ବାଲେଶ୍ୱର ଜିଲ୍ଲା ବାହାନଗା ରେଳଦୁର୍ଘଟଣାକୁ ୪ ମାସ ପରେ ୨୮ମୃତଦେହ ସଂସ୍କାର କରାଯିବ । ଚିହ୍ନଟହୋଇନପାରି ଭୁବନେଶ୍ୱର ଏମ୍ସରେବାତାନୁକୂଳିତ କଣ୍ଟେନରରେରଖାଯାଇଥିବା ୨୮ ମୃତଦେହକୁ ସଂସ୍କାରକରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଦୁର୍ଘଟଣାପରେଦୁଇଟି ପର୍ଯ୍ୟାୟରେ ମୋଟ ୧୬୨ଟିମୃତଦେହ ଭୁବନେଶ୍ୱର ଏମ୍ସକୁ ଆସିଥିଲା ।ସେଥିମଧ୍ୟରୁ ୧୩୪ଟିକୁ ଚିହ୍ନଟ କରାଯିବାପରେ ସେମାନଙ୍କ ପରିବାର ଲୋକଙ୍କୁହସ୍ତାନ୍ତର କରାଯାଇ ସରିଥିବା ବେଳେ ଆଉ୨୮ ମୃତଦେହସେମିତିକଣ୍ଟେନଭିତରେରହିଥିଲ।ଏହି ମୃତଦେହ ଗୁଡିକ କାହାରତାହା ଚିହ୍ନଟ ହୋଇପାରିନଥିବା ବେଳେକେହି ଦାବିଦାର ମଧ୍ୟ ଆସୁନାହାନ୍ତି ।ତେବେ ଭୁବନେଶ୍ୱର ଏମ୍ସରେବାତାନୁକୂଳିତ କଣ୍ଟେନରରେ ଥିବା ୨୮ମୃତ ଦେହକୁ ସଂସ୍କାର କରିବା ପାଇଁବାହାନଗା ରେଳଦୁର୍ଘଟଣାରତଦନ୍ତକରୁଥିବାସିବିଆଇ ପକ୍ଷରୁ ଖୋର୍ଦ୍ଧାଜିଲ୍ଲାପାଳଙ୍କୁ ଚିଠି ପରେ ପ୍ରକ୍ରିୟା ଆରମ୍ଭକରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ନେଇଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ ଚିଠି କରିବା ପରେ ବିଏମସିମୃତଦେହକୁ ସଂସ୍କାର କରିବା ପାଇଁଏସ୍ଓପି ଜାରି କରିଛିଏସ୍ଓପିଅନୁସାରେ,ଏମ୍ସଭୁବନେଶ୍ୱରରୁ ମୃତଦେହ ହସ୍ତାନ୍ତର ଠାରୁ ଆରମ୍ଭ କରି ଶବସଂସ୍କାର ଯାଏଁ ସବୁକିଛି ଭିଡିଓଗ୍ରାଫି ହେବ ।ସୂଚନାଯୋଗ୍ୟ ଗତ ଜୁନ ମାସ ୨ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାର ୧୬୨ଟିମୃତକଙ୍କ ଶବ ଦୁଇଟି ପର୍ଯ୍ୟାୟରେଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା । ଫଟୋସମେତ ବିଭିନ୍ନ ଚିହ୍ନଟ ପ୍ରକ୍ରିୟା ମାଧ୍ୟମରେପର୍ଯ୍ୟାୟ କ୍ରମେ ୮୧ଟି ମୃତଦେହ ସେମାନଙ୍କପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।ବାକି ୮୧ଟି ଶବକୁ ଏକାଧିକ ଲୋକନିଜରସମ୍ପର୍କୀୟ ବୋଲି ଦାବି କରିଥିଲେ । ଏମିତିକିଗୋଟିଏ ମୃତଦେହର ୪/୫ଟି ଦାବିଦାରବାହାରିଥିଲେ । ଏଭଳି ହେବା ଯୋଗୁଁମୃତଦେହ ହସ୍ତାନ୍ତରରେ ସମସ୍ୟା ଦେଖାଦେଇଥିଲା । ଏକାଧିକ ଦାବିଦାର ଥିବାମୃତଦେହ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷାକରାଇବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତିହୋଇଥିଲା । ୧୧୯ ଜଣ ସମ୍ପର୍କୀୟଙ୍କ ରକ୍ତନମୁନା ମୃତକଙ୍କ ଡିଏନଏ ସହିତ ମ୍ୟାଚକରାଯିବା ପରେ ୫୩ ଜଣ ମୃତକଙ୍କପରିଚୟ ମିଳିଥିଲା । ସେଥିମଧ୍ୟରୁ ୫୨ଟିମୃତଦେହ ଅଗଷ୍ଟ ମାସ ୨ ତାରିଖ ସୁଦ୍ଧାହସ୍ତାନ୍ତର କରାଯାଇଥିଲା । ଅଗଷ୍ଟ ମାସଠାରୁସେପ୍ଟେମ୍ବର ମାସ ମଧ୍ୟରେ ଆଉ ମାତ୍ରଗୋଟିଏ ମୃତଦେହ ଚିହ୍ନଟ କରାଯାଇହସ୍ତାନ୍ତର କରାଯାଇଥିଲା । ତେବେ ଆଉରହିଥିଲା ୨୮ ମୃତଦେହର କେହିଦାବିଦାର ଆସିନଥିଲେ । ଯାହା ଫଳରେସେହି ମୃତହେଦ ଗୁଡିକର ସଂସ୍କାରକରାଯିବାକୁ ନିଷ୍ପତ୍ତି ହୋଇଛି ।

#Bahanga #Train trajedi # Dumani Tv