କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବେ ଓଡ଼ିଶା ସରକାର

ଭୁବନେଶ୍ୱର:  କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଂଚାୟତ ନିର୍ବାଚନ କରାଯିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବେ ଓଡ଼ିଶା ସରକାର । ଏନେଇ ସୁପ୍ରିମକୋର୍ଟରେ ରିଟ୍ ପିଟିସନ କରିବାକୁ ରାଜ୍ୟ ଆଇନ ବିଭାଗ ଏଓଆର ଶିବଶଙ୍କର ମିଶ୍ରଙ୍କୁ ମଙ୍ଗଳବାର ଚିଠି ଲେଖିଛି ।
କୋଟିଆ ପ୍ରସଙ୍ଗରେ ସୋମବାର କଟକରେ ଆଡଭୋକେଟ୍ ଜେନେରାଲଙ୍କ ସହ କୋରାପୁଟ ଏଡିଏମ୍ ଓ ସରକାରୀ ଓକିଲ ଆଲୋଚନା କରିଥିଲେ । ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର କହିଥିଲେ ଯେ ସୁପ୍ରିମକୋର୍ଟ ନୁହେଁ ଓଡ଼ିଶା ପାଖରେ କେବଳ ବିକଳ୍ପ ହେଉଛି କେନ୍ଦ୍ର ରାଜ୍ୟ ସରକାର ସୀମା ବିବାଦ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ନିକଟରେ ଆବେଦନ କରିପାରିବେ ।
ସୂଚନାଯୋଗ୍ୟ ଯେ ଓଡ଼ିଶାର ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ପଂଚାୟତ ନିର୍ବାଚନ କରୁଛି । ପଂଚାୟତ ନିର୍ବାଚନ ପାଇଁ ୩ଟି ଗାଁରୁ ୧୫ ଜଣ ପ୍ରାର୍ôଥପତ୍ର ଦାଖଲ କରିଥିଲେ । ଗଞ୍ଜେଇବାଦ୍ରା ନାଁରେ ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ।