କାର ଦୁର୍ଘଟଣାରେ ଗାଡି ମାଲିକ ମୃତ ୨ ଗୁରୁତର

କନ୍ଧମାଳ : ଏକ ସଡକ ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ଜଣେ କାର ମାଲିକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ଏବଂ ଗାଡିରେ ଥିବା ଆଉ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ଭୋରରୁ କନ୍ଧମାଳ ଜିଲ୍ଲା ବାଲନ୍ଦାପଡା ଅଂଚଳର ଚିଣ୍ଟୁ (ପୁରା ନାମ ଜଣା ପଡିନାହିଁ) ନାମକ ଜଣେ କାର ମାଲିକ କିଛି ଲୋକଙ୍କୁ ନେଇ ଫୁଲବାଣୀରୁ ଭୁବନେଶ୍ବର ଆଡକୁ ଯାଉଥିବା ବେଳେ ଦଶପଲ୍ଲା ନିକଟରେ କୌଣସି କାରଣରୁ କାରଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଗାଡି ଚଲାଉଥିବା ମାଲିକ ଚିଣ୍ଟୁର ମୃତ୍ୟୁ ଘଟିଛି ଏବଂ ଗାଡିରେ ବସି ଥିବ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହ ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି । ମୃତ ଚିଣ୍ଟୁର ଘର କନ୍ଧମାଳ ଜିଲ୍ଲା ବାଲନ୍ଦାପଡାରେ ହୋଇଥିବା ବେଳେ ସେ ଫୁଲବାଣୀ କେନ୍ଦୁପଦର ଅଂଚଳରେ ଘର ଭଡା ନେଇ ରହୁଥିଲା ବୋଲି ଜଣାପଡିଛି ।