ପେପରଲେସ ହେବ ଓଡିଶା ବିଧାନସଭା, ଅନଲାଇନରେ ବଜେଟ ହେବ ଉପସ୍ଥାପିତ

ଭୁବନେଶ୍ୱର: ଓଡିଶା ବିଧାନସଭାକୁ ପେପରଲେସ କରିବା ଉଦ୍ଦେଶ୍ୟ ନେଇ ଆଗାମୀ ବଜେଟ ପ୍ରଥମ ଥର ପାଇଁ ଅନଲାଇନରେ ଉପସ୍ଥାପନ ହେବ । ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ବିଧାୟକ ମାନେ ଅନଲାଇନରେ ପ୍ରଶ୍ନ ପଚାରି ପାରିବେ ଓ ନେଭା ମୋବାଇଲ ଆପ୍ଲିକେସନ ଜରିଆରେ ସେମାନଙ୍କୁ ଏହାର ଉତର ମିଳି ପାରିବ ।