ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ପଣସପୁଟ ଅଞ୍ଚଳବାସୀଙ୍କ ଦାବୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ପଣସପୁଟ ଗ୍ରାମ ପଞ୍ଚାୟତ ସଦର ମହକୁମା ଠାରେ ପଞ୍ଚାୟତ ଅଧିନସ୍ଥ ୨୧ ଖଣ୍ଡ ଗ୍ରାମର ମୌଳିକ ସୁବିଧା ସୁଯୋଗ ଯଥା ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କିଭଳି ଉପଲବ୍ଧ ହୋଇପାରିବ ସେଥିନେଇ ଏକ ୭ ସାତ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ଲେଖାଯିବା ସହ ସମସ୍ତ ଜନସାଧାରଣ କିପରି ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ମୌଳିକ ସୁବିଧା ସୁଯୋଗ ପାଇ ପାରିବେ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ବିଚିନ୍ନାଚଳକୁ ସ୍ବାଭିମାନ ଅଞ୍ଚଳ ଘୋଷଣା କରି ଗୁରୁପ୍ରିୟା ସେତୁ କରିଦେଲେ କିନ୍ତୁ ଏପର୍ଯ୍ୟନ୍ତ ଯୋଡାମ୍ବ ଠାରୁ ପଣସପୁଟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତି ଦୟନୀୟ ପ୍ରଥମେ ଗମନାଗମନର ସୁବିଧା ନିମନ୍ତେ ରାସ୍ତା ନିର୍ମାଣ କରାଯାଉ ବୋଲି ଅଞ୍ଚଳ ବାସି ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳୁ ନାହିଁ ବୋଲି ଅଞ୍ଚଳବାସି ପ୍ରକାଶ କରିଛନ୍ତି । ଉକ୍ତ ସଭାରେ ପୂର୍ବତନ ସରପଞ୍ଚ ଅର୍ଜୁନ ହନ୍ତାଳ, ବରିଷ୍ଠ ସମାଜ ସେବି ଭିମସେନ ଖିଲ,ସମାଜ ସେବି ଦୈତାରୀ ଶିଶାଙ୍କ ସହ ଅନେକ ବୁଦ୍ଧିଜିବୀ ଓ ଗ୍ରାମ ବାସି ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ଯଦି ଏସବୁର ସୁବିଧାସୁଯୋଗ କରାନଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସଭାରେ ନିଷ୍ପତ୍ତି କରାଯାଇ ଥିବା ବରିଷ୍ଠ ସମାଜ ସେବି ଭିମସେନ ଖିଲ ସୂଚନା ଦେଇଛନ୍ତି ।